ଗଜପତି ଜିଲ୍ଲା ସ୍ତରୀୟ ଆମ୍ବ ମେଳା ଉଦ୍ଘାଟିତ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନୂତନ ବସ୍ ଷ୍ଟାଣ୍ଡ ପରିସରରେ ମଙ୍ଗଳବାର ଦିନ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଓ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମରୀୟମ ରାଇତଙ୍କ ଦ୍ଵାରା ଶୁଭ ଉଦଘାଟନ ହୋଇଯାଇଛି।
ଆଜି ତା.୨୭ ଠାରୁ ତା.୨୯ ତାରିଖ ପର୍ଯ୍ୟନ୍ତ ଆମ୍ବ ମେଳା ଖୋଲା ରହିବ। ଏହି ମେଳା ଓଡ଼ିଶା ଗ୍ରାମୀଣ ଉନ୍ନୟନ ଓ ବିପଣନ ସମିତି ଓ ମିଶନ ଶକ୍ତର ମିଳିତ ଆନୁକୂଲ୍ୟରେ ଆମଗାଁ ଆମ୍ବ ପସରା ନାମରେ ଆମ୍ବ ମେଳା ଆୟୋଜିତ ହେଉଛି।
ଏହି ମେଳାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଉତ୍ପାଦିତ ହେଉଥିବା ପ୍ରାୟ ସବୁ ପ୍ରକାର ଆମ୍ବ ଯେପରି କି ଆମ୍ରପଲି , ଲେଙ୍ଗଡା , ଦଶେରୀ , ମଲ୍ଲିକା , ବାଇଗଣ ପଲ୍ଲେଇ , ହାତୀ ମୁଣ୍ଡ , ଆଖୁ ରସ ଇତ୍ୟାଦି ପ୍ରଜାତିର ଆମ୍ବ ବିକ୍ରି ହେବ।
ଏହି ମେଳାରେ ସିଧା ଉତ୍ପାଦିତ ଗୋଷ୍ଠୀ ମାନଙ୍କ ଠାରୁ ଗଜପତି ଜିଲ୍ଲା ସମେତ ଅନୁଗୋଳ , ବଲାଙ୍ଗିର , କଳାହାଣ୍ଡି , କୋରାପୁଟ , ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଆସି ଆମ୍ବ ଏହି ମେଳରେ ବିକ୍ରି ହେବ।
ଏହି ଆମ୍ବ ମେଳାରେ ଜିଲ୍ଲାର ୪ ଗୋଟି ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ପରିଚାଳିତ ହେବ। ଏହି ମେଳାରେ ବିଭିନ୍ନ କିସମର ଆମ୍ବ ଆସିଥିବାରୁ ଲୋକମାନଙ୍କ ଭିତରେ କିଣିବା ର ଆଗ୍ରହ ରହିଛି।
ଆଜିର ଏହି ଜିଲ୍ଲା ସ୍ତରୀୟ ଆମ୍ବ ମେଳାରେ ପ୍ରକଳ୍ପ ପ୍ରଶାସକ , ଅଧିବାସୀ ଉନ୍ନୟନ ସଂସ୍ଥା ଶ୍ରୀ ଫଲଗୁନୀ ମାଝୀ , ଉପ ନିର୍ଦ୍ଦେଶ ଉଦ୍ୟାନ ବିଭାଗ ଅଧିକାରୀ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ , ଓରମାସ ରୁ ଶ୍ରୀ ଦିଲ୍ଲୀପ କୁମାର ସାହୁ , ଡିପିଏମ/ ଓଏଲଏମ ର ଅଧିକାରୀ ଶ୍ରୀମତୀ ପ୍ରିୟମ୍ବଦା ବିଷୋୟୀ , ମିଶନ ଶକ୍ତି ଡିପିଏ ଶ୍ରୀମତୀ ମନସ୍ମିତା ପାତ୍ର ସମେତ ଜିଲ୍ଲାର ବିଭିନ୍ନ ସ୍ଵୟଂ ସହୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.