ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ଉଚ୍ଛେଦ ଓ କିଶୋର ଶ୍ରମିକ ନିରାକରଣ ସଂପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।
ଗଜପତି ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଲୋକନାଥ ପଣ୍ଡାଙ୍କ ପରିଚାଳନାରେ ଆୟୋଜିତ ସଭାରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଗଜପତି ଜିଲ୍ଲା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ ଶ୍ରୀ ଅଶ୍ବିନି କୁମାର ମହାପାତ୍ର , ଡିଏସପି , ଡିଆଇବି ଶ୍ରୀ ଶ୍ରୀନିବାସ ଆଚାର୍ଯ୍ୟ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।
ଗଜପତି ଜିଲ୍ଲାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ , ଚାଇଲ୍ଡ ଲାଇନ , ଶିଶୁ ମଙ୍ଗଳ କମିଟି ଓ ସ୍ଥାନୀୟ ପୋଲିସକୁ ନେଇ କମିଟି ଗଠନ କରାଯାଇଛି। ଏହି କମିଟି ଦ୍ବାରା ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଉଥିବା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ। ୧୫ ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଙ୍କୁଳ କାମରେ ନିୟୋଜନକୁ ବାରଣ କରାଯାଇଛି। ଏହି ପରିକି କାମ କରାଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଯାଏଁ ଜୋରିମାନା ଦେବାକୁ ପଡ଼ିବ। କେବଳ ଜୋରିମାନା ନୁହେଁ , ଶିଶୁଙ୍କୁ କୌଣସି କାର୍ଯ୍ୟରେ ଓ କିଶୋରଙ୍କୁ (ବୃତ୍ତି ପ୍ରକ୍ରିୟା) ନିୟୋଜନ କରୁଥିଲେ ,୨ ବର୍ଷ ଯାଏଁ କାରାଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। ଏହିପରି ଉଭୟ ଜେଲଦଣ୍ଡ ଓ ଜୋରିମାନା ହୋଇପାରେ।
ସେହିପରି ଦ୍ଵିତୀୟ ଥର ଭୁଲ ହେଲେ ୩ ବର୍ଷ ଯାଏଁ କାରାଦଣ୍ଡ ହୋଇପାରିବ। ୧୪ ବର୍ଷରୁ କମ୍ ଶିଶୁଙ୍କୁ କୌଣସି କାର୍ଯ୍ୟରେ ନିୟୋଜନ କରିବା ଏବଂ ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜନ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ। ୧୪ ବର୍ଷରୁ କମ୍ ବୟସର ପିଲାଙ୍କୁ କାମରେ ନିୟୋଜିତ କରିଛନ୍ତି କିମ୍ଵା ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦ ସଙ୍କୁଳ ବୃତ୍ତି ବା ପ୍ରକ୍ରିୟାରେ ନିୟୋଜନ କରିଛନ୍ତି ତେବେ ଅବିଳମ୍ବେ ଜିଲ୍ଲାର ଶ୍ରମ ଅଧିକାରୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରାନ୍ତୁ କିମ୍ଵା ଶ୍ରମିକ ସହାୟତା ହେଲପଲାଇନ୍ ନମ୍ବର ୧୫୫୩୬୮ଏବଂ ଚାଇଲ୍ଡ ଲାଇନ ନମ୍ବର ୧୦୯୮କୁ ଯୋଜାଯୋଗ କରନ୍ତୁ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରୀ ସୋମନାଥ ପାତ୍ରଙ୍କ ସମେତ ଚାଇଲଡ୍ ଲାଇନର ସମସ୍ତ ସଦସ୍ୟ , ସଦସ୍ୟା ଓ ବିଭିନ୍ନ ବିଭାଗର ଅଧିକାରୀ ଗଣ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post