୫ଟି ସଚିବ ଙ୍କ ପଦ୍ମପୁର ଗସ୍ତ

0

ପଦ୍ମପୁର/ଶିବାଶିଷ ପଟ୍ଟନାୟକ : ଲଘୁଚାପ ଜନିତ ଲଗାଣ ବର୍ଷା ସତ୍ତ୍ୱେ ବର୍ଷାରେ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍ ପଦ୍ମପୁର ଗସ୍ତ କରିଛନ୍ତି l ସ୍ଥାନୀୟ ଆର୍ ବି ହାଇସ୍କୁଲ ପଡିଆରେ ବିଭିନ୍ନ ସାମାଜିକ ସଂଗଠନ,ବୁଦ୍ଧିଜିବୀ ଓ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସହିତ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ଓ ସେମାନଙ୍କ ଠାରୁ ଦାବି ପତ୍ର ଗ୍ରହଣ କରିଥିଲେ।

ବିଶେଷ କରି ମହିଳା ମାନଙ୍କୁ ଭଲ କାମ କରିବା ପାଇଁ କହିଥିଲେ l ମୁଖ୍ୟମନ୍ତ୍ରୀ ମତେ ଆପଣଙ୍କ ପାଖକୁ ପଠାଇଛନ୍ତି ଆପଣ ମାନଙ୍କ ସବୁ ସୁବିଧା ଅସୁବିଧା ବୁଝିବା ପାଇଁ l ଏହା ମଧ୍ୟରୁ ଚାଷୀ ଭାଇ ଭଉଣୀମାନଙ୍କ ସମସ୍ୟାକୁ ଅଧିକ ଗୁରୁତ୍ଵ ଦିଆଯିବ, ମା’ ମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡ ଉନ୍ନତ କରିବା, ମିଶନ ଶକ୍ତିର ଲକ୍ଷ୍ୟ, ସେଥିପାଇଁ ରାଜ୍ୟ ସରକାର ଆପଣମାନଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ପ୍ରଦାନ କରୁଛନ୍ତି, ଆପଣମାନେ ଏହି ସୁବିଧାର ସୁବିନିଯୋଗ କରନ୍ତୁ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ l

ଯାହାବି ଦରଖାସ୍ତ ନେଇକି ଯାଉଛି ସାତ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଖୁସି ଖବର ଶୁଣିବେ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ଦଶ ହଜାର ରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ଜନ ସାଧାରଣଙ୍କ ମଧ୍ୟରେ ସଚିବଙ୍କୁ ଭେଟିବା ପାଇଁ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

Leave A Reply

Your email address will not be published.