ଅସ୍ତରଙ୍ଗ/ଦୁଃଶାସନ ନାୟକ : ମହାପ୍ରଭୁ ଙ୍କ ଦର୍ଶନ ନିମନ୍ତେ ,ମା ମଙ୍ଗଳା ଙ୍କ ପୀଠ କାକଟପୁର ରୁ ଯାଇଥିଲେ ଭକ୍ତ ଲକ୍ଷ୍ମୀଧର ପୁରୀ ର ଶ୍ରୀ ଗୁଣ୍ଡିଚା ମନ୍ଦିର । ନବମୀ ତିଥି ଥିବାରୁ ମହା ପ୍ରଭୁଙ୍କୁ ଦର୍ଶନ କରି ଆତ୍ମ ତୃପ୍ତି ଲାଭ କରିବେ ବୋଲି କରିଥିଲେ ଆଶା ଓ ବିଶ୍ୱାସ । ହେଲେ,ଆଶା, ଆଶା ରେ ହିଁ ରହିଗଲା । ନବମୀ ଦର୍ଶନ କରି ଫେରୁଥିବା ବେଳେ ତାଙ୍କର ଚାଲି ଯାଇଥିଲା ଜୀବନ । ଏହି ମୃତ ବ୍ୟକ୍ତି ଜଣକ ହେଲେ,କାକଟପୁର ର ଶିକ୍ଷାବିତ୍, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଲକ୍ଷ୍ମୀଧର ଖୁଣ୍ଟିଆ ।
ଖବର ରୁ ଜଣା ଯାଏ ଜେ,ଶ୍ରୀ ଖୁଣ୍ଟିଆ,ମଙ୍ଗଳବାର ଦିନ ୧୧ଟା ବେଳେ ସପରିବାର ସହ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ନିମନ୍ତେ ଯାଇଥିଲେ ଶ୍ରୀକ୍ଷେତ୍ର ପୁରୀ । ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାଇ ପ୍ରଭୁ ଙ୍କ ଦର୍ଶନ ସାରି ଫେରୁଥିବା ବେଳେ ନବମୀ ତିଥିରେ ପ୍ରବଳ ଗହଳି ଥିବା ସହ ଗରମ ଟିକେ ଲାଗିବାରୁ ଶ୍ରୀ ଖୁଣ୍ଟିଆ ଅସୁସ୍ଥ ଅନୁଭବ କରି ତଳେ ପଡ଼ି ଯାଇଥିଲେ । ସାଙ୍ଗେ ସାଙ୍ଗେ ତାଙ୍କୁ ସେଠାରେ ଉପସ୍ଥିତ ଥିବା ଜନତା ଓ ପରିବାର ସଦସ୍ୟ ମିଶି ନିକଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ନିକଟ ବନ୍ଧୁ ବାନ୍ଧବ ଙ୍କ ପୁରୀ କୁ ଶୁଅ ଛୁଟି ଥିଲା । ନିଜ ଗ୍ରାମ ନୀଳକଣ୍ଠ ପୁର ଓ କାକଟପୁରରେ ଶୋକର ଛାୟା ଖେଳି ଯାଇଥିବା ବେଳେ,ସେ ଜଣେ ପରୋପକାରୀ ,ବନ୍ଧୁ ପ୍ରେମୀ,ଓ ରାଜନୈତିକ ଗୁରୁ ଭାବେ ତାଙ୍କର ସୁନାମ ରହିଥିଲା ।ତାଙ୍କର ମୃତୁ ଖବରର ସୂଚନା ପାଇ, କ୍ରୀଡା ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ଵାଳ,ପୂର୍ବତନ ମନ୍ତ୍ରୀ ,ପ୍ରସାଦ ହରିଚନ୍ଦନ,ଖଣ୍ଡପଡ଼ା ବିଧାୟକ ସୌମରଞ୍ଜନ ପଟ୍ଟନାୟକ,ପ୍ରଦେଶ କୃଷକ କଂଗ୍ରେସ ସଭାପତି ଅମିୟକୁମାର ପଟ୍ଟନାୟକ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ ,କଂଗ୍ରେସ ନେତା ବିଶ୍ବଭୂଷଣ ଦାସ,ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ବୁଧବାର ବାହୁଡ଼ା ତିଥିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ଜଣା ପଡ଼ିଛି ।
Sign in
Sign in
Recover your password.
A password will be e-mailed to you.
Next Post