ପଦ୍ମପୁର/ଶିବାଶିଷ ପଟ୍ଟନାୟକ :ନେପାଲ ର ରାଜଧାନୀ କାଠମାଣ୍ଡୁ ରେ ଶନିବାର ଅନୁଷ୍ଠିତ କବି ସମ୍ମିଳନୀରେ ବିଶ୍ଵର ପ୍ରତିଷ୍ଠିତ କବି ମାନଙ୍କର କବିତା ଉନ୍ମୋଚିତ ହେବ l ଏହି କବି ସମ୍ମିଳନୀରେ କବିତା ଆବୃତ୍ତି କରିବା ସହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ପଦ୍ମଶ୍ରୀ ହଳଧର ନାଗ l
ବିଶ୍ୱର ବିଭିନ୍ନ ଭାଷା ରୁ ଅନୁଦିତ ଏହି କବିତା ସଙ୍କଳନର ନାମ ରଖାଯାଇଛି ମେଡେନେସ୍: ଏନ୍ ଆନ୍ଥୋଲୋଜି ଅଫ୍ ୱାଲର୍ଡ ପଏଟ୍ରି ।ଏହି କବିତା ସଙ୍କଳନ ରେ ହଳଧର ନାଗ ଙ୍କ ସମ୍ବଲପୁରୀ କବିତା ନାନା ପାଗଳର ଇଂରାଜୀ ଅନୁବାଦିତ କବିତା ହୋଲି ଲୁନାସି ସ୍ଥାନ ପାଇଛି l ଏହି କବି ସମ୍ମିଳନୀରେ କାଠମାଣ୍ଡୁ ମେୟର, ଡେପୁଟି ମେୟର ଓ ଆମ୍ବାସଡ଼ର ସାମିଲ ହେବେ। ପଦ୍ମ ଶ୍ରୀ ହଳଧର ନାଗ ଙ୍କୁ ବିଦେଶରେ ସମ୍ମାନିତ କରାଯାଉଥିବା ରୁ ସ୍ଥାନୀୟ ଅଞ୍ଚଳରେ ଖୁସୀର ଲହରୀ ଖେଳିଯାଇଛି l
Sign in
Sign in
Recover your password.
A password will be e-mailed to you.