ପଦ୍ମପୁରରେ ନୂତନ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଯୋଗଦାନ

0

ଝାରବନ୍ଧ-ମନୋହର ଦାଶ:  ନୂତନ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବରେ ଓଡିଶା ସୂଚନା ସେବା ଅଧିକାରୀ ଶ୍ରୀ ବିନାୟକ ମିଶ୍ର ଯୋଗ ଦେଇଛନ୍ତି। ଯୋଗଦାନ ପରେ ଶ୍ରୀ ମିଶ୍ର ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ବର୍ତ୍ତମାନ ପଦ୍ମପୁର ଉପଖଣ୍ଡର ସୂଚନା ଓ ଲୋକସମ୍ପର୍କ ବିଭାଗର ଭାରପ୍ରାପ୍ତ ଅଧିକାରୀ ରୂପେ ଦାୟିତ୍ଵ ତୁଲାଉଥିବା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାର ଶ୍ରୀ ନିର୍ମଳ ଧରୁଆଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ଦୀର୍ଘ ଦିନ ଧରି ଏହି ପଦବୀଟି ଖାଲି ରହିଥିଲା। ଶ୍ରୀ ମିଶ୍ର ଏହି ପଦବୀରେ ଯୋଗଦେବା ପରେ ଯେଉଁଭଳି ଲୋକଙ୍କ ପାଖରେ ଉପଯୁକ୍ତ ଭାବରେ ଓ ଉଚିତ ସମୟରେ ସରକାରୀ ସୂଚନା ସବୁ ପହଞ୍ଚି ପାରିବ ସେ ଦିଗରେ ଆପ୍ରାଣ ଉଦ୍ୟମ କରିବେ ବୋଲି କହିଛନ୍ତି। ଉପଖଣ୍ଡର ସାମ୍ବାଦିକ ମାନଙ୍କ ସହ ସମନ୍ୱୟ ରକ୍ଷାକରି ସେ ସୂଚନା ଓ ଲୋକସମ୍ପର୍କ ବିଭାଗର ସବୁ କାର୍ଯ୍ୟ ସମ୍ପନ୍ନ କରିବେ ବୋଲି ମତ ରଖିଛନ୍ତି।

 

Leave A Reply

Your email address will not be published.