ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁଙ୍କ ନିଆରା ସମାଜସେବା

0

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁଙ୍କ ନିଆରା ସମାଜସେବା ଏବେ ସମଗ୍ର ନୟାଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ସହିତ ସାଥ ଦେଇଛନ୍ତି ସରପଞ୍ଚ ରବିନ୍ଦ୍ର ନାଥ ସାହୁ । ଅସହାୟକୁ ସହାୟତାର ହାତ ବଢେଇଛନ୍ତି ଉଭୟ ଜନ ପ୍ରତିନିଧି । ନୟାଗଡ଼ ବ୍ଲକ ଅନ୍ତର୍ଗତ ଖମାରିସାହି ଗ୍ରାମର ଜଣେ ବୃଦ୍ଧ ଭାଗବତ ଗୁରୁଙ୍କ ମୃତ୍ୟୁ ପରେ ଶବ ଉଠାଇବାକୁ କେହି ଆସିନଥିଲେ । ମୃତ ବୃଦ୍ଧଙ୍କର ଜଣେ ଜଡା ପୁଅ ଥିଲେ ମଧ୍ୟ ସେ ଥିଲେ ନିରୁପାୟ । ବହୁ ସମୟ ଧରି ଶବ ପଡି ରହିବା ପରେ ଖବର ପାଇ ପହଞ୍ଚିଥିଲେ ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର ଓ ବ୍ଲକ ଅଧ୍ୟକ୍ଷ କିଶୋର । ଶବ ଦାହ କରିବା ପାଇଁ ଗାଁ ଲୋକ ମାନଙ୍କ ମଧ୍ୟରେ ସଙ୍କୋଚ ରହିଥିଲା । କାଳେ କେଉଁ ରୋଗ ଥିବ ଭାବି ଲୋକମାନେ ପାଖ ମାଡିନଥିଲେ । କିନ୍ତୁ କୌଣସି କଥାକୁ ଭୂକ୍ଷେପ ନକରି ଶବକୁ ନିଜ କାନ୍ଧରେ ନେଇ କିଛି ୱାର୍ଡ ସଭ୍ୟଙ୍କ ସହାୟତା ରେ ନିକଟସ୍ଥ ଶ୍ମଶାନରେ ଶବ ଦାହ କରିଥିଲେ କିଶୋର ଓ ରବୀନ୍ଦ୍ର । ଶବଦାହ କରି ଆତ୍ମସନ୍ତୋଷ ଲାଭ କରିଥିଲେ ବୋଲି ପ୍ରକାଶ କରିଥିଲେ ଉଭୟ । ସମାଜସେବାର ଏକ ବଳିଷ୍ଠ ଉଦାହରଣ ସୃଷ୍ଟି କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି କିଶୋର ଏବଂ ରବୀନ୍ଦ୍ର ।

Leave A Reply

Your email address will not be published.