ଦଶାବତାର ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

0

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ :ସ୍ଥାନୀୟ ସାହୁ ପଡା ଶ୍ରୀ ଗୋପାଲଜୀ ମନ୍ଦିର ସ୍ଥିତ ମାଉସୀ ମା ମନ୍ଦିର ଠାରେ ନୀତି ଭକ୍ତଙ୍କୁ ନିଜର ବିଭିନ୍ନ ଅବତାର ର ରୂପରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଜଗତ ର ନାଥ ଶ୍ରୀ ଜଗନ୍ନାଥ ଙ୍କ ଅନନ୍ୟ ଲୀଳା ରେ ପରିଚିତ ସାରା ସଂସାର। ସତ୍ୟ ରୁ ତ୍ରେତୟା ଦ୍ଵାପର ଓ କଲି ଚାରି ଯୁଗରେ ନିଜର ଭକ୍ତଙ୍କୁ ତାରଣ କରିବା ପାଇଁ ବିଭିନ୍ନ ଅବତାର ନେଇଛନ୍ତି ମହାପ୍ରଭୁ। ତେବେ ଚଳିତ ବର୍ଷ ରଥଯାତ୍ରାରେ ମାଉସୀ ମା ମନ୍ଦିର କୁ ୦୮ ଦିନ ପାଇଁ ମନ୍ଦିର କୁ ଯାଇ ନ ପାରୁଥିବା ଭକ୍ତଙ୍କୁ ଦର୍ଶନ ପାଇଁ ମହାପ୍ରଭୁ ରତ୍ନ ସିଂହାସନ ଛାଡ଼ି ଆସିଥିବା ବେଳେ ପ୍ରଥମ ଦିନରେ ମତ୍ସ୍ୟ ଓ କୂର୍ମ ଅବତାର ରେ ଦର୍ଶନ ଦେଇଥିବା ବେଳେ ଦ୍ଵିତୀୟ ଦିନରେ ବରାହ ଓ ନୃସିଂହ ବେଶ ରେ ଦର୍ଶନ ଦେଇଛନ୍ତି ଶ୍ରୀ ହରି ଜଗନ୍ନାଥ। ତେବେ ଆଗାମୀ ଦିନରେ ମଧ୍ୟ ଅନ୍ୟାନ୍ୟ ବେଶରେ ଦର୍ଶନ ପାଇଁ ମଧ୍ୟ ମନ୍ଦିର କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.