ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଦୁଇଦିନିଆ ବଲାଙ୍ଗୀର ଗସ୍ତ

0

ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅନୁଧ୍ୟାନ ଓ ନୂତନ ପ୍ରକଳ୍ପର ଭିତ୍ତି ସ୍ଥାପନ

ଭୁବନେଶ୍ୱର ୨୨ ଜୁନ୍ ୨୦୨୩ :  ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ,ବଲାଙ୍ଗୀର ଜିଲ୍ଲା ଗସ୍ତରେ ଥାଇ ଦେଓଗାଁ ଠାରେ ଏଜ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟ ଉଦ୍ଘାଟନ କରିଛନ୍ତି I ଏହା ପୂର୍ବରୁ ସଇଁତଳା ତଥା ଗୁଡ଼ଭେଲା ଠାରେ ଏହି ଭଳି ଶୀତଳୀକରଣ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯାଇଛି l ଏଥିପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୧.୫୬ କୋଟି ଟଙ୍କା ଯୋଗାଇ ଦିଆ ଯାଇଛି I ଦେଓଗାଁ ଠାରେ ଶୁଭାରମ୍ଭ ହୋଇଥିବା ପ୍ଲାଣ୍ଟରେ ୨୫୦୦ ଲିଟର ଉପଯୋଗ ହେଉଥିବା ସ୍ଥଳେ ଆଗାମୀ ଦିନରେ ଏହାର କ୍ଷମତା ୫୦୦୦ ଲିଟର କୁ ବୃଦ୍ଧି କରାଯିବI ଭବିଷ୍ୟତରେ ମତ୍ସ୍ୟ ଚାଷ ଓ ଉଦ୍ୟାନ କୃଷି ସହ ଦେଓଗାଁ ଡେ଼ରୀ ଡେଭଲପମେଣ୍ଟ ୟୁନିଟକୁ ସମନ୍ବିତ କରି ସାମଗ୍ରିକ କୃଷି ଓ ଆନୁଷଙ୍ଗିକ ବ୍ୟବସାୟକୁ ପ୍ରୋତ୍ସାହିତ କରାଯିବବୋଲି ସେ ଉଲ୍ଲେଖ କରିଥିଲେ I ଏହି ଅବସରରେ ଶ୍ରୀଯୁକ୍ତ ତ୍ରିପାଠୀ ୧୦ ଜଣ ସଫଳ ଦୁଗ୍ଧ ଉତ୍ପାଦନ କାରୀ ଚାଷୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଥିଲେ l ପରେପରେ ଶ୍ରୀ ତ୍ରିପାଠୀ,ବଲାଙ୍ଗୀର ଜିଲ୍ଲା ବଙ୍କେଇ ଗ୍ରାମର ଜନସାଧାରଣଙ୍କ ସହିତ ଆଲୋଚନା କରି ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ମାନଙ୍କର ବିଭିନ୍ନ ସମସ୍ୟା ଅନୁଧ୍ୟାନ ପୂର୍ବକ ଅଭିଯୋଗ ପତ୍ର ଆଦି ଗ୍ରହଣ କରିଥିଲେ l ଏହି ଅବସରରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ସେମାନଙ୍କର ସମସ୍ୟା କୁ ବିହିତ ବ୍ୟବସ୍ଥା ଅନୁସାରେ ସମାଧନ କରିବା ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ I ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ ଉପରେ ଆଲୋକପାତ କରିଥିଲେ l ଶ୍ରୀ ତ୍ରିପାଠୀ ଏହି ଅବସରରେ ଓଡିଶା ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କଳ୍ୟାଣ ଯୋଜନାରୁ ସୁଫଳ ପାଇଥିବା ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ I କେବଳ ଧାନ ଚାଷ ନ କରି ଅନ୍ୟ ଲାଭଦାୟକ ଫସଲ କରିବା ପାଇଁ ପରାମର୍ଶ ଦେଇଥିଲେ Iବଲାଙ୍ଗୀର ଜିଲ୍ଲା ଗସ୍ତ ର ଦ୍ଵିତୀୟ ଦିବସରେ ଶ୍ରୀ ତ୍ରିପାଠୀ ମୁରିବାହାଲ ବ୍ଲକ ଅନ୍ତର୍ଗତ ରନଛୁଆମୁଣ୍ଡା ଗ୍ରାମର ବ୍ରାହ୍ମଣୀ ପାହାଡର ପାଦ ଦେଶରେ ୩୫ ଲକ୍ଷ ଟଙ୍କା ରେ ନିର୍ମିତ ହେବାକୁ ଥିବା ନୂତନ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ l ଏହାକୁ ମୁଖ୍ୟମନ୍ତ୍ରୀ ସଭା ଘର ନାମରେ ନାମିତ କରାଯିବ Iଜନସାଧାରଣଙ୍କୁ ଉଦବୋଧନ ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ପଶ୍ଚିମ ଓଡିଶା ବିକାଶ ପରିଷଦ ର ପାଣ୍ଠି ରୁ ବିଗତ ବର୍ଷ ମାନଙ୍କରେ ଅସମ୍ପୂର୍ଣ୍ଣ ହୋଇଥିବା ପ୍ରାୟ ୧୬୦୦ କଳ୍ୟାଣ ମଣ୍ଡପ ସବୁକୁ ସମ୍ପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନିଆଯାଉଛି I ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଶ୍ରୀ ହଂସ ରାଜ ଜୈନଙ୍କ ଦ୍ଵାରା ଅୟୋଜିତ ଏହି ସଭାରେ ମୁରିବାହାଲ ବ୍ଲକ ର ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ଓ ସଭ୍ୟା ମାନକୁ ସମ୍ବର୍ଦ୍ଧନା କରାଯାଇଥିଲା I ଏଥି ସହ ଶ୍ରୀ ତ୍ରିପାଠୀ କଣ୍ଟାବାଞ୍ଝି ଆର୍ ଏମ୍ ସି ର ପଶ୍ଚିମ ଓଡିଶା ବିକାଶ ପରିଷଦ ସହାୟତାରେ ନିର୍ମିତ ପିଆଜ ଗୋଦାମ ଓ ଗଡିଆଜୋର ନଳା ଉପରେ ନିର୍ମିତ ସେତୁ ବୁଲି ଦେହିଥିଲେ। ପୂର୍ବ ସନ୍ଧ୍ୟାରେ ଶ୍ରୀ ତ୍ରିପାଠୀ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ଓ କଲ୍ୟାଣ ପରିଷଦକୁ ମହାପ୍ରୟାଣ ଯାନ ଓ ଶବ ସଂରକ୍ଷଣ ଫ୍ରିଜର୍ ପ୍ରଦାନ କରିଥିଲେ ଓ ପରେପରେ ବଲାଙ୍ଗୀର ଜିଲ୍ଲା ହୋଟେଲ ସଂଘ ଶିକ୍ଷାର ସମ୍ମେଳନରେ ଯୋଗ ଦେଇଥିଲେ। ଶ୍ରୀ ତ୍ରିପାଠୀ ବଲାଙ୍ଗୀର ଜିଲ୍ଲାର ପର୍ଯ୍ୟଟନ ଭିତ୍ତିଭୂମିକୁ ଉପଯୋଗ କରି ହୋଟେଲ୍ ଶିଳ୍ପ ବିକାଶ ପାଇଁ ସେ ଆହ୍ବାନ ଦେଇଥିଲେ । ଏହି ଗସ୍ତ ଅବସରରେ ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଚଂଚଳ ରଣା, ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ର, ବୈଷୟିକ ପରାମର୍ଶଦାତା ଶ୍ରୀ ସୁନୀଲ ନାୟକ,ବଲାଙ୍ଗୀର କଳାହାଣ୍ଡି ନୂଆପଡ଼ା ଦୁଗ୍ଧ ଉତ୍ପାଦକ ସଙ୍ଘ ଅଧ୍ୟକ୍ଷI ଶ୍ରୀମତୀ ସୀମା ପଟେଲ ହୋଟେଲ୍ ମହାସଂଘ ଅଧ୍ୟକ୍ଷ ଶ୍ରୀ ଜେ କେ ମହାନ୍ତି ଓ ଅନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ I

Leave A Reply

Your email address will not be published.