ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜୁନ ୨୧ ବିଶ୍ୱ ସଙ୍ଗୀତ ଦିବସ ଅବସରରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ସଙ୍ଗୀତାନୁଷ୍ଠାନ ମାନଙ୍କୁ ନେଇ ଗଠିତ ହେଲା ‘ସଙ୍ଗୀତଧାରା’ । ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭୂ ମାନଙ୍କୁ ଲୋକ ଲୋଚନକୁ ଆଣି ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ ସହିତ ସେମାନଙ୍କୁ ଉତ୍ସାହିତ କରିବା ସଙ୍ଗୀତଧାରାର ମୁଖ୍ୟ ଲକ୍ଷ୍ୟ ରଖାଯାଇଛି। ବିଧିବଦ୍ଧ ଭାବେ ଗଠିତ ହୋଇଥିବା ସଙ୍ଗୀତ ଧାରାର ମୁଖ୍ୟ ପୃଷ୍ଠପୋଷକ ଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ରହିଥିବା ବେଳେ ଉପଦେଷ୍ଟା ଭାବେ ସଙ୍ଗୀତ ଗୁରୁ ରଜନୀକାନ୍ତ ମହାପାତ୍ର ଏବଂ ଲକ୍ଷ୍ମୀଧର ମହାପାତ୍ର ରହିଛନ୍ତି। ସେହିପରି ସଭାପତି ଭାବେ ଡ. ବିଜୟ ଚୌଧୁରୀ, ଉପସଭାପତି ଡ. ନିର୍ମଳ ଶୁରଦେଓ, ସମ୍ପାଦକ ପ୍ରଶାନ୍ତ ଦାଶ, ସହ ସମ୍ପାଦକ ବିଜୟାନନ୍ଦ ମହାପାତ୍ର, କୋଷାଧ୍ୟକ୍ଷ ପ୍ରଦୀପ କୁମାର ସାହୁ ଏବଂ ଗଣମାଧ୍ୟମ ସଂଯୋଜକ ଭାବେ ଲକ୍ଷ୍ମୀଧର ସାହୁ ପ୍ରମୁଖ ସଙ୍ଗୀତଧାରାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେହିପରି କାର୍ଯ୍ୟକାରୀ କମିଟିରେ ଗୁରୁ ପ୍ରଭାତ ଦାଶ, ଶେଖ ଅବଦୁଲ ଖାଲିକ,ଅଶୋକ ମଲ୍ଲ,ଗୋପୀନାଥ ସେଠି, ରଂଜନ ରଶ୍ମି ଜେନା,ଜୟଶ୍ରୀ ଦେବୀ, ଡ. ଆଶୁତୋଷ ମିଶ୍ର,ପ୍ରଦୀପ୍ତ ରଥ ପ୍ରମୁଖ ରହିଛନ୍ତି। ଆଗାମୀ ଦିନରେ ଏହି ସଙ୍ଗୀତନୁଷ୍ଠାନକୁ ପଞ୍ଜିକୃତ କରି ବର୍ଷର ବିଭିନ୍ନ ସମୟରେ ସଙ୍ଗୀତ ପରିବେଷଣ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.