କେନ୍ଦ୍ର ସରକାରଙ୍କ ବ୍ୟବସାୟୀ ମାରଣନୀତି ବିରୁଦ୍ଧରେ ଆନ୍ଦୋଳନ : ଘୁ,ଉଦୟଗିରି ବ୍ୟବସାୟୀ ସଂଘର  ସମର୍ଥନ 

0

ଘୁ,ଉଦୟଗିରି/ ଗଗନ କୁମାର ପ୍ରଧାନ : କେନ୍ଦ୍ର ସରକାରଙ୍କ ବ୍ୟବସାୟୀ ମାରଣନୀତି ବିରୁଦ୍ଧରେ ଭାରତର ସମସ୍ତ ଖୁଚୁରା ବ୍ୟବସାୟ ବନ୍ଦକୁ ଘୁ,ଉଦୟଗିରି ବ୍ୟବସାୟୀ ସଂଘ ସମର୍ଥନ ଜଣାଇ ସମସ୍ତ ବ୍ୟବସାୟୀ ଅନୁଷ୍ଠାନ ବନ୍ଦ ରହିଥିଲା । ବ୍ୟବସାୟୀ ସଂଘ ପକ୍ଷରୁ ଏକ ରାଳିର ଆୟୋଜନ କରାଯାଇ ସାରା ସହର ପରିକ୍ରମା କରିବା ପରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ଥାନୀୟ ତହସିଲଦାର ଭିକାରି ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ସଙ୍ଘର ଉପସଭାପତି ମନୋଜ ମହାପାତ୍ର ,ସମ୍ପାଦକ ସନ୍ତୋଷ ଆଚାର୍ଯ୍ୟ,ସହ ସମ୍ପାଦକ ମନସନ୍ତୋଷ  ପାତ୍ର,କୋଷଧକ୍ଷ ସଞ୍ଜୟ ସୁବୁଦ୍ଧି,ସଭ୍ୟ କାଳୁ ଚରଣ ପଣ୍ଡା,ଦେବୀପ୍ରସାଦ ଦାସ,ଶ୍ରୀନାରାୟନ ପାତ୍ର, ମାନସରଞ୍ଜନ ଦାସ,ବିଜୟ ଚନ୍ଦ୍ର ମହାପାତ୍ର,,ଭଗବାନ ଦାଶ ପ୍ରମୁଖ ନେତୃତ୍ୱ ନେଇଥିଲେ।

Leave A Reply

Your email address will not be published.