ବୈଜୟନ୍ତଙ୍କ ପାଗଳ ବନ୍ଧୁଙ୍କୁ ସମନ !

0

ପୂର୍ବତନ ବିଜେଡି ସଂସଦ ବୈଜୟନ୍ତ ପଣ୍ଡାଙ୍କ ଅତି ଘନିଷ୍ଠ ତଥା ପାଗଳ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ ସମନ କରିବାକୁ ବିଧାନସଭାର ଗୃହ କମିଟି ନିଷ୍ପତ୍ତି ନେଇଛନ୍ତି |  କୋଣାର୍କ ସହିତ ରାଜ୍ୟର ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଏହି ମାନସିକ ବିକାରଗ୍ରସ୍ତ ତଥା ଵିଦ୍ଵେଷ ସୃଷ୍ଟିକାରୀ  ସାମ୍ବାଦିକ ଅଭିଜିତଙ୍କ ବିରୋଧରେ କଠୋର  ଆଭିମୁଖ୍ୟ ଗ୍ରହଣ କରିଛି ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟି । ବିଧାୟକମାନଙ୍କ ସ୍ୱାଧିକାର ଭଙ୍ଗ ଅଭିଯୋଗରେ ଆଜି ଗୃହକମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ଆସନ୍ତା ଅକ୍ଟୋବର ମାସ ୧୧ ତାରିଖ ଦିନ ୧୧ଟା ବେଳେ ବିଧନସଭା ଗୃହ କମିଟି ଆଗରେ ହାଜର ହେବା ପାଇଁ ଅଭିଜିତଙ୍କୁ ନୋଟିସ କରିବାପାଇଁ ନିଷ୍ପତ୍ତି ନିଆଯାଇଛି | ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ାର ପୂର୍ବତନ ସଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ତାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ଓ ଅନ୍ୟ ଜଣେ ସାମ୍ବାଦିକ କୋଣାର୍କ, ପୁରୀ ଓ ଚିଲିକା ବୁଲିବାକୁ ହେଲିକ୍ୟାପ୍ଟରରେ ଯାଇଥିଲେ। ତେବେ ଅଭିଜିତ ମଜୁମ୍‌ଦାର କୋଣାର୍କ ସମ୍ପର୍କରେ ଟ୍ଵିଟ୍‌ କରି କିଛି ବ୍ୟଙ୍ଗ କରିଥିଲେ। ଏହାକୁ ନେଇ କେତେକ ବିଧାୟକ ପ୍ରତିବାଦ କରିବାରୁ ଅଭିଜିତ ଆୟାର ମିତ୍ର ଓଡ଼ିଶା ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିଲେ।। ଏ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବଧାନସଭାରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ମଧ୍ୟ ଆଗତ କରିଥିଲେ। ଏହାକୁ ଦଳମତ ନିର୍ବିଶେଷରେ ବିଧାୟକମାନେ ସମର୍ଥନ କରିବା ସହିତ ଅଭିଜିତଙ୍କ ବିରୋଧରେ ଚାର୍ଜଫେମ୍‌ ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୃହକମିଟି ଗଠନ କରାଯାଇଥିଲା। ଦେଖାଯାଉ କୋଣାର୍କକୁ ବିଦ୍ରୁପ କରିଥିବା ତଥା ବିଧାୟକମାନଙ୍କୁ ତାତ୍ସଲ୍ୟ କରିଥିବା ବୈଜୟନ୍ତଙ୍କ ଏହି ବନ୍ଧୁଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି |

Leave A Reply

Your email address will not be published.