ଭୁବନେଶ୍ୱର, ଜୁନ୍ ୧୯: ଭାରତୀୟ ସେନାରେ ଯୋଗ ଦେବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ର ଶ୍ରୀ ଅଙ୍କିତ ରାଜ ବିଶ୍ୱାଳ । ନିକଟରେ ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର କମ୍ପୁ୍ୟଟର ସାଇନ୍ସ ବିଭାଗରୁ ଗ୍ରାଜୁଏସନ୍ କରିଥିବା ଛାତ୍ର ଅଙ୍କିତ ରାଜ ସର୍ଭିସେସ୍ ସିଲେକ୍ସନ ବୋର୍ଡ (ଏସ୍ଏସ୍ବି) ନିଯୁକ୍ତି ପ୍ରକ୍ରିୟାରେ ସଫଳ ହୋଇ ଯୁବ ଅଫିସର ଭାବେ ଭାରତୀୟ ସେନାରେ ଯୋଗ ଦେବା ନିମନ୍ତେ ମନୋନୀତ ହୋଇଛନ୍ତି ।
ଶ୍ରୀ ବିଶ୍ୱାଳ ଗତ ଏପ୍ରିଲ ମାସରେ ଭୋପାଳ ଠାରେ ଏସ୍ଏସବି ଆସେସମେଣ୍ଟ ପ୍ରକ୍ରିୟାରେ ମନୋନୀତ ହୋଇଥିବା ବେଳେ ସୋମବାର ତାଙ୍କର ଏହି ସଫଳତା ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଶ୍ରୀ ବିଶ୍ୱାଳ ଆଇଟିଇଆରର ଏନସିସି ୟୁନିଟରେ ସାମିଲ ଥିଲେ ଏବଂ ସିନିୟର ଅଣ୍ଡର ଅଫିସର ଭାବେ ଦାୟିତ୍ୱ ବହନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.