ରାସନକାର୍ଡ ଚୟନରେ ଅନିୟମିତତା

0

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ:ରେଢ଼ାଖୋଲ  ବ୍ଲକ ଚାରମାଳ ପଞ୍ଚାୟତ ରେ ରାସନକାର୍ଡ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି lରାସନ କାର୍ଡ ପାଇବାରୁ ବଞ୍ଚିତ ହୋଇଥିବା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ହିତାଧିକାରୀ ଆଜି ଉପଜିଲ୍ଲାପାଳ ବିଶିକେସନ ଦେହୁରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି lଅଭିଯୋଗ ଅନୁସାରେ କୋଠାବାଡ଼ି ଓ ଜମିବାଡ଼ି ଥିବା ଲୋକଙ୍କୁ ରାସନକାର୍ଡ ପ୍ରଦାନ କରାଯଇଥିବା ବେଳେ ବହୁ ଯୋଗ୍ୟ ହିତାଧିକାରି ଙ୍କୁ ରାସନକାର୍ଡ ପ୍ରଦାନକରାଯାଇ ନାହିଁ lଏଦିଗରେ ତଦନ୍ତ କରାଯାଇ ପଦଖେପ ଗ୍ରହଣ କରିବାକୁ ସୁବାଷ ଦେଓ,ଅରୁଣ ବାରିକ,ପ୍ରଦିପ ମହାପାତ୍ର,ସଂଜୟ ପ୍ରଧାନଙ୍କ ସମେତ ବହୁ ଯୋଗ୍ୟ ହିତାଧିକାରି ଦାବି କରିଛନ୍ତି l

Leave A Reply

Your email address will not be published.