କଙ୍ଗାରୁ କୋର୍ଟ ଘଟଣା,72ଘଣ୍ଟା ପରେ ଉଦ୍ଧାର ହେଲେ ମହିଳା ଓ ପୁରୁଷ

0

 ମୟୁରଭଞ୍ଜରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ/ଶାସକ ପ୍ରଶାସକ :ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଭୁଆସୁଣୀ ପଞ୍ଚାୟତ ର ରାଇଆଁ ଗ୍ରାମର ଜଣେ ବିବାହିତା ମହିଳା ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତ ର ନୂଆଗାଁ ର ଜଣେ ବିବାହିତ ପୁରୁଷଙ୍କ ଅସଂଜତ ଅବସ୍ଥାରେ ଦେଖିବାକୁ ପାଇଥିଲେ ଗ୍ରାମବାସୀ। ବୁଧୁବାର ଉଭୟ ଙ୍କୁ ଗ୍ରାମବାସୀ ଏକାଠି ଦେଖିବା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା । ଲୋକଙ୍କ ସନ୍ଦେହ ଘେରରେ ଆସିଥିବା ଯୋଗୁ ଲୋକେ ଦୁହିଁଙ୍କୁ ଗାଳି ଗୁଲଜ ସହ ବାନ୍ଧି ପକାଇଥିଲେ। ପରେ ସ୍ଥିତି ଉତ୍ତେଜନା ହେବାରୁ ଗ୍ରାମବାସୀ ଉଭୟ ଙ୍କୁ ସର୍ବ ସମ୍ମୁଖ ରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ବେଳେ ବୁଧୁବାର ଠାରୁ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ ଗାଁ ରେ ଅଟକ ରଖିଥିଲେ। । ଘଟଣା ସ୍ଥଳରେ ସଦର ଏସ ଡି ପି ଅ, ବାଙ୍ଗିରିପୋଷି ଥାନା ଅଧିକାରୀ,ଘଟଣା ସ୍ଥଳରେ ପହଞ୍ଚି , 72 ଘଣ୍ଟା ପରେ ମହିଳା ଏବଂ ପୁରୁଷ ଙ୍କୁ ଉଦ୍ଧାର କରିଛନ୍ତି।

Leave A Reply

Your email address will not be published.