ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଙ୍କ ସହ ଆନନ୍ଦ ଉଲ୍ଲାସର ରଜ ଉତ୍ସବ ପାଳିଲେ ପୂର୍ବତନ ମନ୍ତ୍ରୀ ବିଧାୟକ ପ୍ରତାପ ଜେନା
https://youtu.be/sdVNv_ixb6E
ଚାଷ କାର୍ଯ୍ୟକ୍ରମ ରେ ଚାଷୀର ମଙ୍ଗଳ କାମନା କରିବା ସହ ସମଗ୍ର ସମାଜର ମଙ୍ଗଳ କାମନା କଲେ l
(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ ) – ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ନିଶ୍ଚିନ୍ତକୋଇଲି, ନତକାଇ, ରାମକୃଷ୍ଣପୁର, ଜିଗ୍ନୀପୁର ଆଦି ପଞ୍ଚାୟତ ଗୁଡିକରେ ଆନନ୍ଦ ର ଉଲ୍ଲାସ ର ସହ ପାଳିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଓଡ଼ିଶାର ଗଣପର୍ବ ରଜ ଉତ୍ସବ ଅବସରରେ ସମସ୍ତ ଜନସାଧାରଣ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ରଜ ମଉଜର ଶେଷ ଦିନକୁ ଆନନ୍ଦ ର ସହିତ ଉପଭୋଗ କରିଥିଲେ l ବିଧାୟକ ଙ୍କ ସହ ବ୍ଲକ ଅଧକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ମାହାଙ୍ଗା ତହସିଲଦାର ଉମାକାନ୍ତ ବିଶ୍ୱାଳ, ଉପଦେଷ୍ଟା ପ୍ରମୋଦ ଭୂୟାଁ, ସରପଞ୍ଚ ଜୟଦେବ ରାଉତ, ସମିତିସଭ୍ୟା ସରସ୍ବତୀ ରାଉତ,ଜିଲ୍ଲାପରିଷଦ ବିପ୍ଳବ କାପ, ଜିଲ୍ଲା ମାଇନରିଟି ସେଲ ଉପସଭାପତି ଜାକିର ଖାଁ ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ, ବରିଷ୍ଟ ନାଗରିକ ଏବଂ ବିଜୁ ଜନତା ଦଳ କର୍ମୀମାନେ ଉପସ୍ଥିତ ରହି ରଜ ମହୋତ୍ସବ ପାଳନର ମୁଖ୍ୟ ଆଭିମୁଖ୍ୟ ସମ୍ପର୍କ ରେ ଆଲୋଚନା କରିବା ସହ ରଜ ଉତ୍ସବ କୁ ନାଚ ଗୀତର ତାଳେ ତାଳେ ଉପଭୋଗ କରିଥିଲେ l ଏହି ଅବସରରେ କୃତୀ ପ୍ରତିଭାଗୀ, ବରିଷ୍ଟ ନାଗରିକ, ୱାର୍ଡମେମ୍ବର ମାନଙ୍କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଜେନା ପୁଷ୍ପଗୁଛ, ଉତ୍ତରୀୟ ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ l