ବିଜେପି-କଂଗ୍ରେସ ଛାଡି ନୃର୍ତ୍ତାଙ୍ଗ ପଞ୍ଚାୟତ ରୁ 25 ରୁ ଊର୍ଧ୍ଵ କର୍ମୀ ବିଜେଡି ରେ ମିଶିଲେ

0

ବିଧାୟକ ପ୍ରତାପ ଜେନା ଙ୍କ ସହ ହାତରେ ହାତ ମିଶାଇ କାର୍ଯ୍ୟ କରି ପଞ୍ଚାୟତର ଉନ୍ନତି ପାଇଁ ଶପଥ l

(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ରେ ଅନୁପ୍ରାଣିତ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶର ସୂତ୍ରଧର ବିଧାୟକ ପ୍ରତାପ ଜେନା ଙ୍କ ନୀତି, ଆଦର୍ଶ, ବିକାଶମୂଳକ କାର୍ଯ୍ୟ ଶୈଳୀ ରେ ଅନୁପ୍ରାଣିତ ହୋଇ ମାହାଙ୍ଗା ବ୍ଲକ ନୃର୍ତ୍ତାଙ୍ଗ ଗ୍ରାମପଞ୍ଚାୟତ ର 25 ରୁ ଊର୍ଧ୍ଵ ବିଜେପି-କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି l ତେବେ ଗତ କିଛି ଦିନ ହେବ ମାହାଙ୍ଗା ର ବିଭିନ୍ନ ପଂଚାୟତ ଅଞ୍ଚଳର ଶତାଧିକ ବିରୋଧୀ ବିଜେପି-କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ବିଧାୟକ ଶ୍ରୀ ଜେନା ଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି l ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ବିଜୁ ଜନତା ଦଳରେ ସାମିଲ ହୋଇଥିବା  ବିଜେପି-କଂଗ୍ରେସ କର୍ମୀମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବହୁ ବିଶିଷ୍ଟ ବିଜୁ ଜନତା ଦଳ କର୍ମୀମାନେ ଉପସ୍ଥିତ ରହିଥିଲେ l ଏହି ମିଶ୍ରଣ ପର୍ବ ରେ ମିଶିଥିବା ସମସ୍ତ ବିଜେପି-କଂଗ୍ରେସ କର୍ମୀମାନେ ଆଗାମୀ ଦିନରେ ବିଧାୟକ ଶ୍ରୀ ଜେନା ଙ୍କ ସହ ରହି ନୃର୍ତ୍ତାଙ୍ଗ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟରେ ସାମିଲ ହେବେ ବୋଲି ଶପଥ ନେଇଥିଲେ l ତେବେ ଦିନକୁ ଦିନ ବିଧାୟକ ପ୍ରତାପ ଜେନା ଙ୍କ ବଳ ବିକାଶମୂଳକ କାର୍ଯ୍ୟ ପାଇଁ ବୃଦ୍ଧି ହେବାରେ ଲାଗିଛି ତାହା ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି କି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପୁନର୍ବାର ବିଜେଡି ବହୁ ସଂଖ୍ୟାରେ ବିଜୟ ଲାଭ କରିବ ବୋଲି l

Leave A Reply

Your email address will not be published.