ଆରଜିଏଚ ଓ ଲାଠିକଟା ବ୍ଲକ କଲେ ପରିଦର୍ଶନ
ରାଉରକେଲା (ବସନ୍ତ କୁମାର ଜେନା): ଓଡିଶା ରାଜ୍ଯ ଖାଦ୍ୟ ଆୟୋଗର ଅଧ୍ଯକ୍ଷ ଶ୍ରୀ ଅବନୀକାନ୍ତ ସାହୁ ସୁନ୍ଦରଗଡ଼ ଗସ୍ତ ରେ ଆସି ଆଜି ରାଉରକେଲା ସରକାରୀ ଚିକିତ୍ସାଳୟ ର ପୁଷ୍ଟିସାଧନ କେନ୍ଦ୍ର, ଲାଠିକଟା ବ୍ଲକ ର ଆଙ୍ଗନବାଡି କେନ୍ଦ୍ର, ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଛନ୍ତି।
ଶ୍ରୀ ଅବନୀକାନ୍ତ ସାହୁ ସୁନ୍ଦରଗଡ଼ ଗସ୍ତ ର ଦ୍ବିତୀୟ ଦିବସରେ ରାଉରକେଲା ସରକାରୀ ଚିକିତ୍ସାଳୟ ପୁଷ୍ଟି ସାଧନ କେନ୍ଦ୍ର (NRC ) ପରିଦର୍ଶନ କରିଥିଲେ। କେନ୍ଦ୍ରରେ ପିଲାମାନଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ। କେନ୍ଦ୍ରରେ ବର୍ତ୍ତମାନ ମୋଟ ୧୪ ଶିଶୁ ଅଛନ୍ତି। ପିଲା ମାନଙ୍କ ସଂଖ୍ଯା ଅନ୍ୟ କେନ୍ଦ୍ର ତୁଳନାରେ ଅଧିକ ଥିବାରୁ ବେଡ ସଂଖ୍ଯା ବଢାଇବା ପାଇଁ ବ୍ଯବସ୍ଥା କରିବାକୁ ଆଶ୍ବାସନା ଦେଇଥିଲେ। ଏହି ସମୟରେ ଆରଜିଏଚ ର ନିଦ୍ଦେର୍ଶକ ସନ୍ତୋଷ କୁମାର ସାହୁ, ଡେପୁଟି ସୁପ୍ରୁିଟେେଣ୍ଡଡ ଡାକ୍ତର ପଣ୍ଡିତ, ଭାରାପ୍ରାପ୍ତ ମେଡିକାଲ ଅଫିସର ପ୍ରଶାନ୍ତ ପାତ୍ର ଉପସ୍ଥିତ ଥିଲେ।
ସେହିପରି ଓଡିଶା ରାଜ୍ଯ ଖାଦ୍ୟ ଆୟୋଗର ଅଧ୍ଯକ୍ଷ ଶ୍ରୀ ସାହୁ ଲାଠିକଟା ବ୍ଲକ ର ଆଙ୍ଗନବାଡି କେନ୍ଦ୍ର, ଲାଠିକଟା ଏବଂ ଆଙ୍ଗନବାଡି କେନ୍ଦ୍ର, ଜଲଦା ର ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ଥିବା ପିଲା ମାନଙ୍କ ସହିତ କଥାବାର୍ତ୍ତା କରିବା ସହିତପିଲା ମାନଙ୍କ ଓଜନ ମଧ୍ଯ କରାଇ ସ୍ବାସ୍ଥ୍ଯ କଥା ମଧ୍ଯ ପଚାରି ବୁଝି ଥିଲେ। ଏହା ବ୍ଯତୀତ ମାବାଲାଙ୍କନି ସ୍ବୟଂ ସହାୟକ ଗୋଷ୍ଠୀ ପରିଚାଳିତ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର, ଲାଠିକଟା ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କରି ଚାଉଳର ଗୁଣ ମାନ ପରଖି ଥିଲେ। ଉପସ୍ଥିତ ଲୋକ ମାନଙ୍କୁ ଠିକ ସମୟରେ ଉଚିତ ପରିମାଣ ରେ ଚାଉଳ ଯୋଗାଇ ଦିଆଯାଉଛି ନାହିଁ ପଚାରି ବୁଝି ଥିଲେ। ଲାଠିକଟା ର ଗ୍ରାମ ପଂଚାୟତ ଅପଂିସ ମଧ୍ଯ ପରିଦର୍ଶନ କରି ଥିଲେ।
ଏହାଛଡା ଝିରପାଣିଠାରେ ଦିବ୍ୟଜ୍ୟୋତି ସ୍ବୟଂ ସହାୟକ ଗୋଷ୍ଠୀ କେନ୍ଦ୍ର ର ଛତୁଆ ପ୍ରସ୍ତୁତି ପ୍ରକ୍ରିୟା ଦେଖିଥିଲେ।
ଏହି ଗସ୍ତ ରେ ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝି, ବିଡିଓ ଲାଠିକଟା ମନସ୍ମିନି ଦାସ, ସହକାରୀ ଯୋଗାଣ ଅଧିକାରୀ ସଜୟ ପ୍ରକାଶ ପ୍ରଧାନ , ସିଡିପିଓ ଲାଠିକଟା ସଂଗୀତା ମହାନ୍ତି, ଯୋଗାଣ ନିରୀକ୍ଷକ ଗୋକୁଳ ଚନ୍ଦ୍ର ଭୋଇ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।