ଭୁବନେଶ୍ୱର, ୫ ।୬: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରତିବର୍ଷ ପ୍ରକାଶ ପାଉଥିବା ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସନାଲ୍ ରା଼ଙ୍କିଙ୍ଗ ଫ୍ରେମ୍ ୱାର୍କ (ଏନ୍ଆଇଆର୍ଏଫ୍) ସୋମବାର ପ୍ରକାଶ ପାଇଛି। ଏଥିରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ନେଇ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍ ୪ଟି ସ୍ଥାନ ଉପରକୁ ଉଠି ୧୬ତମ ସ୍ଥାନରେ ରହିଛି। ଗତବର୍ଷ କିଟ୍ ଏହି ତାଲିକାର ୨୦ତମ ସ୍ଥାନରେ ଥିଲା। ଏହା ବ୍ୟତୀତ କିଟ୍ର ଅନ୍ୟ ସମସ୍ତ ବିଭାଗ ମଧ୍ୟ ଗତବର୍ଷ ତୁଳନାରେ ଉଲ୍ଲେଖନୀୟ ଉନ୍ନତି ପ୍ରଦର୍ଶନ କରିଛନ୍ତି। ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା କିଟ୍ ବିଶ୍ୱବିଦ୍ୟାଳୟ ଗବେଷଣା ରା଼ଙ୍କିଙ୍ଗ ତାଲିକାର ୪୪ତମ ସ୍ଥାନରେ ରହି ସମଗ୍ର ଦେଶର ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ୫୦ ମଧ୍ୟରେ ରହି ପାରିଛି। ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ‘ଧିର ପାଣି ପଥର କାଟେ’ । ପ୍ରତିବର୍ଷ ବିଭିନ୍ନ ବିଭାଗରେ କିଟ୍ ତାର ପ୍ରଦର୍ଶନରେ ଉନ୍ନତି ଆଣି ଏକ ଗୁଣାତ୍ମକ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇସାରିଛି । ତେଣୁ ଏନ୍ଆଇଆର୍ଏଫ୍ ର୍ୟାଙ୍କିଂରେ କିଟ୍ର ସ୍ଥାନ ପ୍ରତିବର୍ଷ ଉପରକୁ ଉଠୁଛି । ଏଥିପାଇଁ କିଟ୍ର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଶ୍ରୀ ସାମନ୍ତ ଏହି ସଫଳତାର ଶ୍ରେୟ ପ୍ରଦାନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post