ବାଣୀ ବୈଖରୀର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ,

0

“ସାହିତ୍ୟ ପଲ୍ଲୀ ଜୀବନକୁ କରେ ରୁଦ୍ଧିମନ୍ତ”

ଓଡଗାଁ ୪।୬(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ମେଡିକାଲ ଛକ କଲ୍ୟାଣୀ ମଣ୍ଡପ ଠାରେ ଅବସରପ୍ରାପ୍ତ ଅଧ୍ୟାପକ ଡଃ ଅଧିବାସ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବାଣୀ ବୈଖରୀ ସାହିତ୍ୟ ପରିବାରର ପ୍ରଥମ ବାର୍ଷିକ ଉତ୍ସବ ରବିବାର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପାଳିତ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥୀ ଭାବେ ସାହିତ୍ୟିକ ସ୍ତମ୍ଭକାର ଡଃ ବାସନ୍ତୀ ମହାନ୍ତି, ବିଶିଷ୍ଟ ଅତିଥି ସାହିତ୍ୟିକ ସଂଗଠକ ଶ୍ୟାମା ପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ଦିବାକର ନାୟକ, ମୁଖ୍ୟବକ୍ତା ଡଃ ଗୋବିନ୍ଦ ଚନ୍ଦ୍ର ଦାଶ, ସମ୍ମାନିତ ବକ୍ତା ଅଧ୍ୟାପକ ରବି ଶତପଥୀ, ବିଶିଷ୍ଟ ବକ୍ତା ଡଃ ବାନାମ୍ବର ପୃଷ୍ଟି ଲୋପାମୁଦ୍ରା ମହାନ୍ତି ପ୍ରମୁଖ ଯୋଗଦେଇ ସାହିତ୍ୟର ବିଭିନ୍ନ ସୋପାନ ସମ୍ପର୍କରେ ଆଲୋଚନା ଓ ଜୟଗାନ କରି ପଲ୍ଲୀ ଜୀବନରେ ସାହିତ୍ୟ ସତ୍ୟ, ସୁନ୍ଦର ସୁସ୍ଥ ଓ ଶୃଙ୍ଖଳିତ ହେବାର ପଥ ପ୍ରଦର୍ଶକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସୁସାହିତିକ ଲଳିତ ମୋହନ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ବାଣୀ ବୈଖରୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ତାଙ୍କ ରଚିତ “ମଧ୍ୟାହ୍ନର ଛାଇ” ଗଳ୍ପ ସଙ୍କଳନ ଏବଂ ବାଣୀ ବୈଖରୀର ମୁଖପତ୍ର ଉନ୍ମୋଚିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ କବି ଗୋଦାବରୀଶ ମିଶ୍ର, ଗୌରଚନ୍ଦ୍ର ସାହୁ, ଲୋକନାଥ ମିଶ୍ର, ଦିନବନ୍ଧୁ ମହାପାତ୍ର, ପ୍ରଫୁଲ୍ଲ ମାଝୀ, ବୈରାଗୀ ଚରଣ ମଲ୍ଲିକ, ପ୍ରଭାତ କୁମାର ମହାପାତ୍ର, କବି ଜ୍ୟୋତି ନିରଞ୍ଜନ ପତି ପ୍ରମୁଖ ସମ୍ମାନିତ ହୋଇଥିଲେ । ସିତୁ, ନୀଳିମା ନନ୍ଦ, ପ୍ରକାଶ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଉତ୍ସବରେ ଆରୋମିରା ଟ୍ରଷ୍ଟର ସଭାପତି ସୁକାନ୍ତ ଚୌଧୁରୀ, ମାତୃଭୂମି ଗ୍ରୁପର ସମସ୍ତ ସଦସ୍ଯ ଏବଂ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଯୋଗଦାନ କରିଥିବା ବେଳେ ବାଣୀ ବୈଖରୀର ସମ୍ପାଦକ ସାନ୍ତନୁ ବିଶୋଇ ଉପସ୍ଥିତ ସାହିତ୍ୟ ପ୍ରେମୀ ମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.