ଉମରକୋଟ (ଜିତେନ୍ଦ୍ର ମହାନ୍ତି ) ନବରଙ୍ଗପୁର ପୋଲିସ କୁ ମିଳିଛି ବଡ଼ ସଫଳତା | ବିଗତ 26/5/23ତାରିଖ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନରେ ଥିବା ଜବାଗୁଡା ଗ୍ରାମ ର ଚନ୍ଦ୍ର ମିର୍ଗାନ (23)ନିଜ ଘରେ ରାତିରେ ନିଜର HF Deluxe ଗାଡି ନଂ OD 24H 5574ରଖିଥିବା ସମୟରେ କିଛି ଦୁର୍ବୁତ୍ତ ଚୋରି କରି ନେଇଯାଇଥିଲେ!ସକାଳେ ଘରେ ଗାଡି ନ ଥିବା ଦେଖି ଚନ୍ଦ୍ର ମିର୍ଗାନ ସ୍ଥାନୀୟ ଡାବୁଗାଁ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ!ଅଭିଯୋଗ କୁ ଭିତ୍ତି କରି ଡାବୁଗାଁ ଥାନା ଅଧିକାରୀ ପ୍ରମୋଦ କୁମାର ପ୍ରଧାନ ନିଜର ପୋଲିସ ଟିମ କୁ ଚୋରି ହୋଇଥିବା ଗାଡି ଓ ଚୋର କୁ ଧରିବା ପାଇଁ ଚେଷ୍ଟା କରିଥିଲେ ଏବଂ 31/5/23 ତାରିଖ ରେ ସଫଳ ମଧ୍ୟ ହୋଇଥିଲେ!ସେ ଚାରିଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ!ସେମାନେ ହେଲେ ରାମ ଚନ୍ଦ୍ର ଜାନି ଗ୍ରାମ ଜୟନ୍ତୀନଗର (ଡାବୁଗାଁ ), ଡ଼ୁମର ହରିଜନ ଗ୍ରାମ ବଡ଼ଭିମାଗୁଡା (ଧୋଡ୍ରା), ସୁଧୀର ହରିଜନ ଗ୍ରାମ ବଡ଼ଭିମାଗୁଡା (ଧୋଡ୍ରା), ଚନ୍ଦନ ହରିଜନ ଗ୍ରାମ ଜାମଦୋରା ରାଇଘର ବ୍ଲକ!ସେମାନଙ୍କ ପାଖରୁ 17ଟି ମୋଟରସାଇକେଲ ଜବତ କରିଛି ଡାବୁଗାଁ ପୋଲିସ!ଏହି ଚୋରି ରେ ଯଦି ଅନ୍ୟ କେହି ସମ୍ପୃକ୍ତ ଥିବେ ତେବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ଏବଂ ଜବତ ହୋଇଥିବା ଗାଡିର କାଗଜ ପତ୍ର ଯାଞ୍ଚ କଲାପରେ ମାଲିକ ମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଏସ ପି ଏସ ସୁଶ୍ରୀ ପ୍ରେସ ମିଟ ମାଧ୍ୟମରେ ରେ ପ୍ରକାଶ କରିଛନ୍ତି!ଅଭିଯୁକ୍ତ ଚାରି ଜଣଙ୍କୁ କେସ ନଂ 110/23ରେ ମାମଲା ରୁଜୁ କରି ଆଇ ପି ସି ଧାରା 379ରେ କୋର୍ଟ ଚାଲାଣ କରିଛି ଡାବୁଗାଁ ପୋଲିସ!
Sign in
Sign in
Recover your password.
A password will be e-mailed to you.