ଜଗତସିଂହପୁର,/ସୁମନ୍ତକୁମାରଦାସ: ମହିଳା ଶ୍ରଦ୍ଧାଳୁଙ୍କୁ ମନ୍ଦିର ପୂଜକ ଅସଦାଚରଣ ଘଟଣା ର ଭିନ୍ନ ମୋଡ଼,ନ୍ୟାୟ ପାଇଁ ଏସ.ପି, ଜିଲ୍ଲାପାଳ ଓ ପୋଲିସ ମହା ନିର୍ଧେଶକ ଙ୍କୁ ଜଣେଇଲେ ପୂଜକଙ୍କ ପତ୍ନୀ l ସୂଚନା ଅନୁସାରେ ଗତ 25 ତାରିଖ ରେଜଗତସିଂହପୁର ଜିଲ୍ଲା ତିର୍ତୋଲ ଅଞ୍ଚଳ ର ଜଣେ ମନ୍ଦିର ପୂଜକ ଜଣେ ମହିଳା ଭକ୍ତ ଙ୍କୁ ଅସଦାଚରଣ କରିବା ଘଟଣା ସାରା ଓଡିଶା ରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ, ବର୍ତମାନ ଘଟଣା କିଛି ଭିନ୍ନ ମୋଡ଼ ନେଇଛି l
ଆଜି ଉକ୍ତ ପୂଜକ ଙକ ପତ୍ନୀ ଓ ପରିବାର ବର୍ଗ ଏସପି ଙ୍କୁ ଅଭିଯୋଗ କରିବା ସହ ଡିଜିପି ଓଡିଶା ଓ ଜିଲାପାଳ ଜଗତସିଂହପୁର ଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଗୁହାରି କରିଥିବା ଜଣାପଡିଛି l
ଅଭିଯୋଗ ଅନୁସାରେ ଯୋଜନା ବଦ୍ଧ ଭାବରେ ତାଙ୍କ ସ୍ୱାମୀ ସମିନ୍ଦ୍ର ରାଉଳ ଓରଫ କୁନୁ ନନା ଙ୍କୁ ଜଗତସିଂହପୁର ଥାନା ଅଧୀନ କାଂଶ ଗ୍ରାମ ର ପ୍ରତିମା ସ୍ୱାଇଁ ଓ ତାଙ୍କ ସ୍ୱାମୀ ସନ୍ତୋଷ ସ୍ୱାଇଁ ପ୍ରେମ ନାଟକ କରି ଘରକୁ ଡକାଇ ନୃଶଂସ ଭାବେ ମାଡ଼ ମାରିବା ସହ,ସୁନା ଚେନ ଛଡାଇ ରଖିଥିଲେ l ବାରିକ ଡାକି ଲଣ୍ଡା କରିବାକୁ ଉଦ୍ୟମ କରୁଥିବା ବେଳେ ୧୧୨ ଗାଡ଼ି ପୂଜକ ଙ୍କୁ ଉଦ୍ଧାର କରିଥିଲା l ପ୍ରଥମେ ପୂଜକ ଜଣକ ତାଙ୍କ ଘରେ ବସି ଥଣ୍ଡା ପିଉଥିବା ସମୟରେ, ନନା ଙ୍କ ବେକରେ ସୁନା ଚେନ ଥିବାର ସ୍ପଷ୍ଟ ଭିଡ଼ିଓ ଥିବାବେଳେ ନନା ପ୍ରତିମା ଙ୍କ ପରିବାର ଓ କିଛି ସ୍ଥାନୀୟ ବ୍ୟକ୍ତି ଙ୍କ ଦ୍ୱାରା ଅଟକ ରହିଥିଲେ, କିନ୍ତୁ 112 ଗାଡ଼ି ଉଦ୍ଧାର କଲା ବେଳେ ଭିଡ଼ିଓ ରେ ସୁନା ଚେନ ନଥିବା ଦେଖା ଯାଉଛି,,, ତେବେ ସୁନା ଚେନ କୁଆଡେ ଗଲା ବୋଲି ଏଠି ପ୍ରଶ୍ନବାଚୀ |
ଯଦି ପୂଜକ ଅଶ୍ଳୀଳ ବ୍ୟବହାର ଫୋନ ଯୋଗେ କରୁଥିଲେ ସମ୍ପୃକ୍ତ ମହିଳା ପ୍ରଥମ ରୁ ଆଇନ ର ଆଶ୍ରୟ ନେଲେନାହଁ କଣ ପାଇଁ..??
ନିଜେ ମହିଳା ଜଣକ ବିଭିନ୍ନ ଗଣମାଧ୍ୟମ ରେ କହିଛନ୍ତି ଯେ,ଆମେ ଯୋଜନା କରି ଧରିବା ପାଇଁ ନନା ଙ୍କୁ ଡକେଇ ଥିଲୁ…ତେବେ ଅଭିଯୁକ୍ତ ପୂଜକ ଙ୍କୁ ପୋଲିସ ରେ ଜିମା ନା ଦେଇ ନୃଶଂସ ଭାବେ ମାଡ଼ ମାରିଲେ କଣ ପାଇଁ? ମାଡ଼ ମାରିଥିବା ବ୍ୟକ୍ତି ଙ୍କ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହୋଇଛି l ଏବେ ଏପରି ବିଭିନ୍ନ କଥା ବିଭିନ୍ନ ମହଲ ରେ ଚର୍ଚ୍ଚା ହେଉଥିବା ବେଳେ, ସଠିକ ତଦନ୍ତ କରାଯାଇ ସତ୍ୟାସତ୍ୟ ସାମ୍ନା କୁ ଆଣିବାକୁ ସାଧାରଣ ରେ ଦାବି ହେଉଅଛି l
Sign in
Sign in
Recover your password.
A password will be e-mailed to you.
Next Post