ଦ୍ଵିତୀୟ ଦିନରେ ନବରଙ୍ଗପୁର ଜିଲ୍ଲାସ୍ତରୀୟ ସମସ୍ତ ଅମଲା ମାନେ ସମୂହ ଛୁଟିରେ

0

ନବରଙ୍ଗପୁର/ଅଶୋକ ସାହୁ:.ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ପ୍ରତୀକ ଆନ୍ଦୋଳନ ସ୍ଵରୂପ କଳା ବ୍ୟାଜ୍ ପରିଧାନ ର କାର୍ଯ୍ୟକ୍ରମ ଗତକାଲି ସମ୍ପୂର୍ଣ୍ଣ ହେବା ପରେ, ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଆଜି ଦ୍ଵିତୀୟ ଦିନରେ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନେ ସମୂହ ଛୁଟିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନବରଙ୍ଗପୁର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମରକୋଟ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି l ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ନବରଙ୍ଗପୁର ର ସମସ୍ତ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ll
ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ଅମଲା ଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହୋଇଥିବା ବେଳେ ମାଟ୍ରିକ ହାରରେ ଦରମା ମିଲୁଛି l ଫଳରେ ଦୀର୍ଘଦିନ ହେଲା ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା l ପ୍ରକାଶ ଥାଉକି ଶାନ୍ତିପୂର୍ଣ୍ଣ ଭାବରେ ବିଭିନ୍ନ ଅମଲା ସଂଘ ପକ୍ଷରୁ ପୂର୍ବରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ରାଜ୍ୟ ସରକାର ଅମଲା ମାନଙ୍କ ଦାବୀକୁ ଅଣଦେଖା କରି ଆସିଛନ୍ତି l
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତଥା ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ରାଜ୍ୟ ସଭ୍ୟ ତ୍ରିପତି ବାଲାଜୀ ସାହୁ , ଓଡ଼ିଆ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ନବରଙ୍ଗପୁର ଜିଲ୍ଲା ସଭାପତି ବଂଶୀଧର ଭୂୟାଁ, ସମ୍ପାଦକ ମିହିର ଢ଼ାଲି, ଦୁଲାଲ ବାରୋଇ, ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଲୋକନାଥ ମହାନ୍ତି, କେ ଶ୍ରୀନିବାସ ରାଓ, ପ୍ରମୋଦ କୁମାର ନାୟକ, ବିଜୟ କୁମାର ଡାକୁଆ, ଏସ ଚନ୍ଦ୍ର ଶେଖର, ରାମ ପଣ୍ଡା, ଦିଲ୍ଲୀପ ସାହୁ, ରାମ ପ୍ରସାଦ ରଥ,ଆଶୁତୋଷ ମହାନ୍ତି, କବିତା ବ୍ରହ୍ମା, ଆକାଶ ଗଣ୍ଡ , ସୁଧାଂଶୁ ମିଶ୍ର, ସୂରଜ କୁମାର ସ୍ଵାଇଁ, ବବିତା ପଟନାୟକ,ସାହିଦ ଅକତାର, ରଞ୍ଜିତ ଷଡଙ୍ଗୀ, ଏ ପ୍ରଶାନ୍ତି, ମବିନା ସୁଲତାନ, ମୈଥିଳୀ ପଟ୍ଟନାୟକ, ପି ଅନୁରାଧା ପାତ୍ର, ସୁନିତା ମହାରଣା, ରଶ୍ମିତା ପାଢି, ସସ୍ମିତା ନାୟକ, ଧନୁର୍ଜୟ ମାଝି, ସ୍ନେହାଶିଷ୍ ଦାସ, ପ୍ରମୁଖ ଉପସ୍ଥିତ ଥିଲେ

Leave A Reply

Your email address will not be published.