କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

0

ତ୍ୱରିତ ସେବା ପ୍ରଦାନ ନିମନ୍ତେ ଅଧିକାରୀମାନଙ୍କୁ ପରାମର୍ଶ

ଭୁବନେଶ୍ୱର: କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଡଃ ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଖୋରଧା ଜିଲ୍ଲାର ରାଜସ୍ୱ ସେବା ସଂପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛିା ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଉକ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛିା
ଉକ୍ତ ବୈଠକରେ ରାଜସ୍ୱ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛିା ୫-“ଟି’ ଅଧାରରେ ଜନସାଧାରଣମାନଙ୍କୁ ଉତ୍ତମ ସେବା ପ୍ରଦାନ ସହ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ଯେପରି ଭଲ ଅନୁଭବ ନେଇ ଫେରିବେ ଏଥିପ୍ରତି ଦୃଷ୍ଟି ଦେବାକୁ ଡଃ ଦଳାଇ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତିା ଜମିଜମା ମାମଲାଗୁଡିକର ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଦାଖଲଖାରଜ, ଆୟ, ଜାତିଗତ ଭଳି ବିଭିନ୍ନ ପ୍ରମାଣପତ୍ର ସମୟସୀମା ମଧ୍ୟରେ ପ୍ରଦାନ ଏବଂ ଜନସାଧାରଣମାନଙ୍କ ମତାମତକୁ ଗୁରୁତ୍ୱ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛିା ପ୍ରତି ସପ୍ତାହରେ ଏ ସଂପର୍କରେ ଜିଲ୍ଲାସ୍ତରୀୟ ସମୀକ୍ଷା କରିବା ଉପରେ ରାଜସ୍ୱ କମିଶନର ଗୁରୁତ୍ୱାରୋପ କରିଥିଲୋ ସେହିଭଳି ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ କୁହାଯାଇଛିା ଏଥିସହ ରାଜସ୍ୱ ଆଦାୟ ଲକ୍ଷ ପୂରଣ ନିମନ୍ତେ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତିା
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଭୁବନେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ, ଖୋରଧା ଉପଜିଲ୍ଲାପାଳ ଶ୍ରୀ ଦିପ୍ତୀ ରଞ୍ଜନ ସେଠୀ, ସମସ୍ତ ତହସିଲଦାର ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ

Leave A Reply

Your email address will not be published.