ବରଗଡ :- ହାଣ୍ଡିସାଲରୁ ଉଡାଯାହାଜ ଯୋଗେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା କରିବେ ବିଦେଶ ଗସ୍ତ । ବରଗଡ଼ ଜ଼ୀଲ୍ଲାସ୍ତରୀୟ ମହିଳା ମହାସଙ୍ଘର ସଭାନେତ୍ରୀ ଝରଣା ଦାଶ ଯିବେ ସିଙ୍ଗାପୁର । ମହିଳା ସଶକ୍ତିକରଣ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ନିଆରା ତଥା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ବରଗଡ ଜିଲ୍ଲାର ଆଜି ଶହ ଶହ SHG ମହିଳା କଲେ ସ୍ୱାଗତ l ତେବେ ଆଜି ବରଗଡ ମିଶନ ଶକ୍ତି ଭବନ ଠାରେ SHG ମହିଳାଙ୍କ ଦ୍ୱାରା ଆୟୋଜିତ ବୈଠକରେ ଜିଲ୍ଲାର SHG ମହିଳାଙ୍କୁ ବିଦେଶ ଗସ୍ତ କରିବାର ସୁଯୋଗ ଦେଇଥିବାରୁ ମହିଳା ମାନେ ଖୁସି ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ନିଜର ଉତ୍ପାଦିତ ସାମଗ୍ରୀ ତଥା ଦ୍ରଵ୍ୟକୁ ଅନ୍ତର୍ଜାତୀୟ ବଜାରକୁ କିପରି ପହଞ୍ଚାଇ ପାରିବେ ।ଏହା ସହ ଅନ୍ତର୍ଜାତୀୟ ବଜାର ତଥା ଉଦ୍ୟୋଗ ବିଷୟରେ ବିଭିନ୍ନ ଜ୍ଞାନ ଆହରଣ କରିବେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ରହିଥିବା ବରଗଡ଼ DSW କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.