ବରଗଡ଼ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ପିପଲପାଳି ଗ୍ରାମର । ଭକ୍ତୁରାମ ସତନାମୀ , ଦୁଇ ପୁଅ ଓ ସ୍ତ୍ରୀ ଙ୍କୁ ନେଇ ତାଙ୍କର ସଂସାର । ଗ୍ରାମରେ ଛୋଟ ମୋଟ କାମ କରି ନିଜର ପରିବାର ର ଗୁଜୁରାଣ ମେଣ୍ଟାଉଥିଲେ । ସବୁ କିଛି ଠିକ ଚାଲିଥିବା ବେଳେ ହଟାତ ଦିନେ ଅସୁସ୍ଥ ଅନୁଭବ କଲେ । ଆର୍ଥିକ ଅନାଟନ ଦେଇ ଗତି କରୁଥିବା ଭକ୍ତୁ ବିଳମ୍ବରେ ଚିକିତ୍ସା ଆରମ୍ଭ କରିଥିଲେ । ସଚେତନତା ଓ ଅର୍ଥ ର ଅଭାବ କାରଣରୁ ତାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇଯାଇଛି । ବୁର୍ଲା ତଥା ନୂଆପଡା ରେ ତାଙ୍କର ଡାଇଲେସିସ ମଧ୍ୟ କରାଯାଇଛି । ବର୍ତ୍ତମାନ ତାଙ୍କୁ ଡାକ୍ତର ପ୍ରତ୍ୟେକ ସପ୍ତାହ ରେ ଡାଇଲେସିସ କରେଇବା ପାଇଁ କହିଛନ୍ତି । ସର୍ଜରି ଡାକ୍ତରଖାନାରେ ଡାଇଲେସିସ ପାଇଁ ଲମ୍ବା ଲାଇନ, ଆବେଦନ କରିବା ପରେ ମାସେ ରୁ ଉର୍ଦ୍ଧ ସମୟ ର ଅପେକ୍ଷା । ଅନ୍ୟପଟେ ବେସରକାରୀ ଡାକ୍ତରଖାନା ମାନଙ୍କରେ ଅତ୍ୟଧିକ ଖର୍ଚ୍ଚ ଯାହାକି ବହନ କରିବା ସେମାନଙ୍କ ପକ୍ଷରେ ଅସମ୍ଭବ । ଭାଗ୍ୟକୁ ଆଦରି ଘରେ ପଡି ରହିଥିବା ଭକ୍ତୁ ଙ୍କର ବାବଦରେ ଖବର ପାଇ ପାଇକମାଲ ର ଡାକ୍ତର ବୁଲୁ ବାରିକ ଓ ଗୋକୁଳାନନ୍ଦ ପ୍ରଧାନ ତାଙ୍କର ଘରକୁ ଯାଇ ଭକ୍ତୁ ର ଅସୁବିଧା କଥା ବୁଝିଥିଲେ । ଏହାପରେ ଏହି ଦୁହି ସ୍ବେଚ୍ଛାସେବୀ ପାଇକମାଲ ର ବଦାନ୍ୟ ବ୍ୟକ୍ତି ମାନଙ୍କୁ ଭକ୍ତୁ ବାବଦରେ କହିବା ସହିତ ଆର୍ଥିକ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ।ବଦାନ୍ୟ ବ୍ୟକ୍ତି ମାନଙ୍କ ସହଯୋଗ ର ଯୋଗାଡ଼ ହୋଇଥିବା ପ୍ରାୟ କୋଡିଏ ହଜାର ଟଙ୍କା ଆଜି ଡାକ୍ତର ବୁଲୁ ବାରିକ , ଗୋକୁଳାନନ୍ଦ ପ୍ରଧାନ। , ଦେବେନ୍ଦ୍ର ସାହୁ , ଯୁଗଳ ମେହେର ଓ ପାଇକମାଲ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ। ଭକ୍ତୁ ଙ୍କର ଘରକୁ ଯାଇ ତାଙ୍କୁ ପ୍ରଦାନ ଜରିବା ସହିତ ତାଙ୍କର ଚିକିତ୍ସା ପାଇଁ ଡାକ୍ତରଖାନା ସହିତ ଯୋଗାଯୋଗ ଜରିବେ ବୋଲି କହିଛନ୍ତି ।
ଅନ୍ୟପଟେ ଭକ୍ତୁ ର ଚିକିତ୍ସା ପାଇଁ ଜିଲ୍ଲାପାଳ ତଥା ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କଲେ ଜଣେ ବ୍ୟକ୍ତିର ଜୀବନ ରକ୍ଷା ପାଇଯିବା ସହିତ ଗୋଟିଏ ପରିବାର ରେ ଖୁସି ଫେରି ଆସନ୍ତା ବୋଲି କହିଛନ୍ତି ସ୍ବେଚ୍ଛାସେବୀ ଡାକ୍ତର ବୁଲୁ ବାରିକ ।।
Sign in
Sign in
Recover your password.
A password will be e-mailed to you.
Next Post