ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନୀ ହିଣ୍ଡାଲକୋ ପକ୍ଷରୁ ଓଡ଼ିଶାର ସମ୍ବଲପୁରରେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଉତ୍ତମ ଏବଂ ଅର୍ଥପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବାକୁ ବିବିଧ ସ୍ୱାସ୍ଥ୍ୟସେବା ପ୍ରୟାସ ହାତକୁ ନିଆଯାଇଛି । ଗତବର୍ଷ ହୀରାକୁଦର ୫ଟି ୱାର୍ଡରୁ ପ୍ରାୟ ୧୪,୦୦୦ ଲୋକ ସ୍ୱାସ୍ଥ୍ୟସେବା ସୁବିଧାର ସୁଯୋଗ ନେଇଥିଲେ ।
ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବା (ହେଲ୍ଥକେୟାର ଆଟ୍ ଡୋରଷ୍ଟେପ୍ସ୍) ଅଧୀନରେ ହିଣ୍ଡାଲକୋ ଏହାର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ (ଏମ୍ଏଚୟୁ) ଜରିଆରେ ଜନସାଧାରଣଙ୍କୁ ସେମାନଙ୍କ ଦ୍ୱାରଦେଶରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇ ଦେଉଛି । ଏମ୍ଏଚୟୁ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସୁବିଧାର ସୁଯୋଗ ନେବାକୁ ଅସମର୍ଥ ବୟସ୍କ, ମହିଳା ଏବଂ ପିଲାମାନଙ୍କ ପାଇଁ ବିଶେଷଭାବରେ ଉପଯୋଗୀ ସାବ୍ୟସ୍ତ ହୋଇଛି ।
ଏ ସମ୍ପର୍କରେ ପ୍ରକାଶକରି କୈଳାସ ପାଣ୍ଡେ, ହିଣ୍ଡାଲକୋ ହୀରାକୁଦ କ୍ଲଷ୍ଟର ହେଡ୍ କହିଛନ୍ତି, “ଏହାର ‘ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବା’ କାର୍ଯ୍ୟକ୍ରମ (ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ୍) ଅଧୀନରେ କମ୍ପାନୀ ଗୋଟିଏ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ୍ ପରିଚାଳନା କରୁଛି, ଯାହା ନିର୍ଦ୍ଧାରିତ ଦିବସର ନିର୍ଦ୍ଧିଷ୍ଟ ସମୟରେ ପାରିପାର୍ଶ୍ଵିକ ଗ୍ରାମଗୁଡିକୁ ଯାଉଛି । ଏହି କାର୍ଯ୍ୟକ୍ରମ ଅଧୀନରେ ସମ୍ମିଳିତ ଭାବରେ ହୀରାକୁଦ ଏବଂ ଏହାର ପାରିପାର୍ଶ୍ଵିକ ଅଞ୍ଚଳପାରିପାର୍ଶ୍ଵିକ ଗୁଡିକୁ ୧୦ଟି ରଣକୌଶଳାତ୍ମକ ସ୍ଥାନରେ ଏହି ସ୍ୱାସ୍ଥ୍ୟସେବା ଯୋଗାଣ ବ୍ୟବସ୍ଥାର ପରିସରଭୁକ୍ତ କରାଯାଉଛି । ସ୍ୱାସ୍ଥ୍ୟସେବା ପ୍ରୟାସଗୁଡିକ ଆମର ମାବବ ସମ୍ବଳ ମୁଖ୍ୟ ଶ୍ରୀ କ୍ରିଷ୍ଣା ପାଢୀଙ୍କ ନିରୀକ୍ଷଣରେ ପରିଚାଳିତ ହେଉଛି । ଆମେ ଏହି ସେବାକୁ ସମ୍ପ୍ରସାରିତ କରି ହୀରାକୁଦ ଏବଂ ଏହାର ଆଖପାଖ ଅଞ୍ଚଳରେ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ଏହାର ଫାଇଦା ପହଞ୍ଚାଇବାକୁ ଆଗ୍ରହୀ ଅଛୁ ।”
ହିଣ୍ଡାଲକୋ ପ୍ରଚଳିତ ସ୍ୱାସ୍ଥ୍ୟସେବା ସୁବିଧାରେ ଉନ୍ନତି ଆଣି ନିକଟ ଭବିଷ୍ୟତରେ ଏମ୍ଏଚୟୁ ସେବାକୁ ପ୍ରସାରିତ କରିବା ଯୋଜନା ରଖିଛି ବୋଲି ସେ କହିଛନ୍ତି ।
ଏଥିସହିତ ହିଣ୍ଡାଲକୋ ସ୍ୱତନ୍ତ୍ର ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ ଜରିଆରେ ୧୮୩୮ ଲୋକଙ୍କ ଜୀବନକୁ ସ୍ପର୍ଶ କରିସାରିଛି । ୧୦୦୦ରୁ ଊଦ୍ଧ୍ୱର୍ ଲୋକ ସିଏଚ୍ସି-ହୀରାକୁଦରେ ଏହାର ଓପିଡି ସେବାର ସୁବିଧା ନେଇଛନ୍ତି । ସିଏଚ୍ସି-ହୀରାକୁଦରେ ରୋଗୀଙ୍କୁ ସ୍ୱତନ୍ତ୍ର ଡାକ୍ତରୀ ସେବା ଯୋଗାଇ ଦିଆଯାଉଛି, ଯେଉଁଠାରେ ଭେଷଜ, ସ୍ତ୍ରୀ ରୋଗ, ଶିଶୁରୋଗ ବିଭାଗର ସ୍ପେଶାଲିଷ୍ଟ ଡାକ୍ତରମାନେ ଜନସାଧାରଣଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି । ପୁନଶ୍ଚ ଏହାର ପରିପୂରକ ଭାବରେ ତ୍ରୈମାସିକ ଭିତ୍ତିରେ ବୃହତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରମାନ ଆୟୋଜନ କରାଯାଉଛି ଯେଉଁଥିରେ ହାରାହାରି ରେକର୍ଡ ସଂଖ୍ୟକ ୧୦୦୦ରୁ ଅଧିକ ରୋଗୀ ଚିକିତ୍ସିତ ହେବାକୁ ଆସୁଛନ୍ତି ।
ଜିଲ୍ଲା ପ୍ରଶାସନର ପରାମର୍ଶ ଅନୁଯାୟୀ ଅଗ୍ରସର ହୋଇ ହିଣ୍ଡାଲକୋ ନିକଟରେ ସମ୍ବଲପୁରର ଦୁର୍ଗମତମ ଅଞ୍ଚଳରେ କୁଚିଣ୍ଡା ବ୍ଲକ୍ର କୁଟୁରାଚୁଆଁ ଗ୍ରାମ, ଜମନକିରା ବ୍ଲକ୍ର କେନେଢିପା ଗ୍ରାମ ଏବଂ କୁଚିଣ୍ଡା ବ୍ଲକ୍ର ସାଲେଭାଡି ଗ୍ରାମରେ ତିନିଟି ବୃହତ୍ ସ୍ୱାସ୍ଥ୍ୟଶିବିର ଆୟୋଜନ କରିଥିଲା, ଯେଉଁଥିରେ ୧୫୦୦ରୁ ଅଧିକ ରୋଗୀ ଚିକିତ୍ସିତ ହେବାକୁ ଆସିଥିଲେ । ସମ୍ବଲପୁର ଜିଲ୍ଲା ପ୍ରଶାସନ ହିଣ୍ଡାଲକୋକୁ ଏହାର ସ୍ୱାସ୍ଥ୍ୟସେବା ହୀରାକୁଦ ପରିପାର୍ଶ୍ଵିକ ଅଞ୍ଚଳ ଊଦ୍ଧ୍ୱର୍କୁ ଯୋଗାଇଦେବା ନିମନ୍ତେ ପ୍ରଶଂସା କରିଥିଲେ ।
ଏଥିସହିତ ଡେଙ୍ଗିମାଛ ଗ୍ରାମରେ ଏକ ହୋମିଓପାଥି କେନ୍ଦ୍ର ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇ ଦେଉଛି ଯେଉଁଠାରେ ଗତବର୍ଷ ପ୍ରାୟ ୮୫୦ ଜଣ ରୋଗୀ ଚିକିତ୍ସା ସେବାର ସୁବିଧା ନେଇଥିଲେ । ଏତଦ୍ବ୍ୟତୀତ ଉତ୍ତମ ସ୍ୱାସ୍ଥ୍ୟସେବା ସୁବିଧାର ସୁଯୋଗ ନେବା ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ପ୍ରାୟ ୫୦୦ ସଚେତନତା ଶିବିର ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
“ଏହି ସମସ୍ତ ଶିବିର ଦ୍ୱାରା ଗ୍ରାମବାସୀମାନେ ବିପୁଳ ଫାଇଦା ପାଇଛନ୍ତି ଏହିଭଳି ଶିବିର ଆୟୋଜନ କ୍ଷେତ୍ରରେ ହିଣ୍ଡାଲକୋର ପ୍ରୟାସ ପ୍ରଶଂସନୀୟ ହୋଇଛି । ଏଥିପାଇଁ ମୁଁ କମ୍ପାନୀ ପରିଚାଳନା କର୍ତ୍ତୃପକ୍ଷଙ୍କ ପ୍ରୟାସକୁ ପ୍ରଶଂସା କରୁଛି ଏବଂ ଭବିଷ୍ୟତରେ ଏହା ତ୍ୱରାନ୍ୱିତ କରିବାକୁ ସେମାନଙ୍କୁ ଅନୁରୋଧ କରୁଛି,” ବୋଲି ଶ୍ରୀ ବିଭୂତି ଭୂଷଣ ନାୟକ, ସବ୍କଲେକ୍ଟର, କୁଚିଣ୍ଡା କହିଛନ୍ତି ।
ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ଓଡ଼ିଶାରେ ସମାଜ ପ୍ରତି ପ୍ରତିଦାନ ରଖିବାର ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ଜୀବନକୁ ସ୍ପର୍ଶ କରୁଛି । ଗ୍ରୁପ୍ର ସାମାଜିକ ଦାୟିତ୍ୱ ନିର୍ବାହ (ସିଏସ୍ଆର) କାର୍ଯ୍ୟକ୍ରମଗୁଡିକ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆଦିତ୍ୟ ବିର୍ଲା ସେଣ୍ଟର୍ ଫର କମ୍ୟୁନିଟି ଇନିସିଏଟିଭ୍ସ୍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି । ଏହି ଗ୍ରୁପ୍ର ଦୂରଦୃଷ୍ଟି ହେଉଛି ଏହା ନିଜର ବ୍ୟବସାୟ ପରିଚାଳନା କରୁଥିବା ଅଞ୍ଚଳର ଜନସାଧାରଣଙ୍କ ସାମାଜିକ ଏବଂ ଅର୍ଥନୈତିକ ବିକାଶ ପ୍ରତି ସକ୍ରିୟ ଭାବରେ ଅବଦାନ ରଖିବା । ଏଭଳି କରିବା ଦ୍ୱାରା ସମାଜର ଦୁର୍ବଳ ବର୍ଗର ଜନସାଧାରଣଙ୍କ ନିମନ୍ତେ ଏକ ଉତ୍ତମ, ଦୀର୍ଘସ୍ଥାୟୀ ଜୀବନ ନିର୍ବାହ ପନ୍ଥା ନିର୍ମାଣ ଏବଂ ରାଷ୍ଟ୍ରର ମାନବ ସମ୍ବଳ ବିକାଶ ସୂଚୀରେ ବୃଦ୍ଧି ଘଟାଉଛି । ଗ୍ରୁପ୍ର ସିଏସ୍ଆର ଦୂରଦୃଷ୍ଟି ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବାକୁ ୟୁଏନ୍ଏସ୍ଡିଜି ଲକ୍ଷ୍ୟସମୂହ ମୁତାବକ ହୋଇଛି ।
Sign in
Sign in
Recover your password.
A password will be e-mailed to you.
Next Post