ରାଇଘର/ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗୋନା ପଂଚାୟତ ଗୋନା ଗ୍ରାମର ତୁଳାବତୀ ନେତାମ (20)ସ୍ୱାମୀ ଦୁମିନ ନେତାମ ପ୍ରଥମ ଗର୍ଭବତୀ ଅବସ୍ଥାରେ ଯନ୍ତ୍ରଣା ଅନୁଭବ କରିବାରୁ ସନ୍ଧ୍ୟା 4ଘଣ୍ଟା 30ମିନିଟ ସମୟରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆସିଥିଲେ | ସେଠାରେ ଶିଶୁ ଓ ପ୍ରସୂତି ବିଶେଷଜ୍ଞ ସୁମନ୍ତ ରାଉଳ ତୁରନ୍ତ ତୁଳାବତୀ ଙ୍କୁ ଅପରେସନ ଥିଏଟର କୁ ନେବା ପାଇଁ କହିଥିଲେ | ସେଠାରେ ବିନା ଅପରେସନ ରେ ଅର୍ଥାତ ନର୍ମାଲ ଡେଲିଭରି କରିବାରୁ ଉକ୍ତ ମହିଳା ଜଣକ ସନ୍ଧ୍ୟା 5 ଘଣ୍ଟିକା ସମୟରେ ଗୋଟିଏ ଅଦ୍ଭୁତ ଶିଶୁପୁତ୍ର କୁ ଜନ୍ମ ଦେଇଥିଲେ | ସେହି ଶିଶୁଟିର ଗୋଟିଏ ଛାତି ଯୋଡି ହୋଇ ଦୁଇଟି ମୁଣ୍ଡ ଯୋଡିହୋଇଥିବା ବେଳେ ଚାରୋଟି ଗୋଡ଼ ଓ ତିନୋଟି ହାତ ଥିବାର ଦେଖିବାକୁ ମିଳିଥିଲା | ଶିଶୁଟିର ଜନ୍ମ ହେବାର କିଛି ସମୟ ପରେ ମୃତ୍ୟୁ ଘଟିଥିଲା | ଶିଶୁ ର ମାଁ ତୁଳାବତୀ ନେତାମଙ୍କ ଅବସ୍ଥା ବର୍ତମାନ ସ୍ଥିର ଥିବାର ଦେଖିବାକୁ ମିଳିଥିଲା | ଏଭଳି ଶିଶୁପୁତ୍ର ର ନର୍ମାଲ ଡେଲିଭରି କରି ମହିଳା ଙ୍କ ଜୀବନ ବଞ୍ଚାଇବାରୁ ଶିଶୁ ଓ ପ୍ରସୂତି ବିଶେଷଜ୍ଞ ସୁମନ୍ତ ରାଉଳ ପ୍ରଶଂସା ର ପାତ୍ର ପାଲଟିଛନ୍ତି |
Sign in
Sign in
Recover your password.
A password will be e-mailed to you.