ଭୁବନେଶ୍ୱର ତା. ୩୦/୦୫/ ରିଖ : ଓଡ଼ିଶା ଭାସ୍କର ନାମକ ଏକ ୱେବ ପୋର୍ଟାଲ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ଏବଂ ଚରିତ୍ର ସଂହାର ଖବର ପ୍ରସାରଣ କରିଥିବାରୁ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ ଦାସ ଙ୍କ ନିତୃତ୍ୱରେ କ୍ୟାପିଟାଲ ଥାନାରେ ଏକ ଏତଲା ଦରଜ କରାଯାଇଥିଲା । ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ପୋର୍ଟାଲର ମାଲିକ ମଧୁ ମହାନ୍ତି, ୱେବ ପୋର୍ଟାଲର ସମ୍ପାଦକ, ୟୁଟୁବ୍ ଏବଂ ଫେସବୁକ୍ ବିରୋଧରେ ଏତଲା ଦାଖଲ କରାଯାଇଛି । ଏହି ପୋର୍ଟାଲ ଇନ୍ଦିରା ଗାନ୍ଧୀ, ଇନ୍ଦିରା ଗାନ୍ଧୀଙ୍କ ମା କମଳା ନେହେରୁ, ଜବାହାରଲାଲ ନେହୁରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧୀଙ୍କ ବିରୋଧରେ ଯେଭଳି ନିନ୍ଦନୀୟ ଏବଂ ଅଶ୍ଲୀଳ ଖବର ପ୍ରସାରଣ କରିଛି, ତାହା ସାଧାରଣ ଜନତାଙ୍କ ମନରେ ଆଘାତ ଦେଇଛି । ଏପରିକି ଜାତୀର ଜନକ ମହାତ୍ମାଗାନ୍ଧୀଙ୍କୁ ମଧ୍ୟ ଏହି ପୋର୍ଟାଲରେ ଅପମାନିତ କରାଯାଇଛି । ଅନ୍ୟପକ୍ଷରେ ମୁସଲମାନ ସଂପ୍ରଦାୟକୁ ମଧ୍ୟ ଆକ୍ଷେପ କରି ମନ୍ତବ୍ୟ ଦିଆଯାଇଛି । ସୁତରାଂ ଏହି ଅପରାଧିମାନଙ୍କୁ ତୁରନ୍ତ ଗିରଫ କରିବା ସହ ଏମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରଶ୍ମି ମହାପାତ୍ର, ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି,ଅଶୋକ ଦାସ, ପ୍ରଭାବତି ପଟ୍ଟନାୟକ, ଗୀତାଞ୍ଜଳୀ ମହାନ୍ତି, ସୁଭଦ୍ରା ମିଶ୍ର, କୁସୁମ ପ୍ରଧାନ, ଆଶିଷ ମଲ୍ଲିକ, ପମି ମିଶ୍ର, ମାମିନା ବେହେରା, ଶ୍ରୀୟା ପଣ୍ଡା, ରୁପଦିପ୍ତା ମହାପାତ୍ର, ସୌମେନ୍ଦ୍ର ମହାନ୍ତି, ପ୍ରଭାତ ପ୍ରତାପ ସିଂ, ଦେବରାଜ ମିଶ୍ର, ପ୍ରସନ୍ନ ନାୟକ, ଶ୍ରୀଧରବଳିଆର ସିଂ, ସେକ୍ ତାକୱିନ୍, ସୁମନ୍ତ ସ୍ୱାଇଁ ଓ ଦେବାଶିଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.