ବରଗଡ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ଭୁତପୂର୍ବ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଦେହାନ୍ତ ପରେ ଖାଲି ପଡିଥିବା ପଦ୍ମପୁର ବିଧାନସଭା ଆସନ ପାଇଁ ଗତ ଡିସେମ୍ବର ମାସରେ ଉପନିର୍ବାଚନ ହୋଇଥିଲା । ଏହି ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ମୈଦାନ ରେ ସ୍ବର୍ଗତ ବିଜୟ ବାବୁ ଙ୍କର ସୁପୁତ୍ରୀ ବର୍ଷା ସିଂ ବରିହା ନିଜର ଆଭିଜ୍ଞ ରାଜନୈତିକ ବିରୋଧୀ ମାନଙ୍କୁ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନ ରେ ପରାଜିତ କରି ଉପନିର୍ବାଚନ ରେ ବିଜୟ ଲାଭ କରିଥିଲେ । ଏହି ଉପନିର୍ବାଚନ ସମୟରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତ ର ବିକାଶ ପାଇଁ ସ୍ଵତନ୍ତ୍ର ଭାବରେ ଏକ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି କହିଥିଲେ । ଅବଶ୍ୟ ସେ ସମୟରେ ଅଭ୍ୟାସ ମୁତାବକ ବିରୋଧୀ ଏହି ଘୋଷଣା କୁ ମିଥ୍ୟା ପ୍ରତିଶ୍ରୁତି ବୋଲି କହି ଅନେକ ଅପପ୍ରଚାର କରିଥିଲେ । ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପଦ୍ମପୁର , ଝାରବନ୍ଧ ଓ ପାଇକମାଲ ବ୍ଲକ ରେ ତିନିଗୋଟି ଧନ୍ୟବାଦ ସଭାର ଆୟୋଜନ କରି ଅନେକ ଗୁଡିଏ ପ୍ରକଳ୍ପ ର ଶିଳାନ୍ୟାସ କରିବା ସହିତ ପ୍ରତେକ ପଞ୍ଚାୟତ କୁ ସ୍ୱତନ୍ତ୍ର ଭାବରେ ପ୍ରଦାନ କରାଯାଇଥିବା ଏକ କୋଟି ଟଙ୍କା ପ୍ରଦନ କରିଥଲେ । ଏହି ଏକ କୋଟି ଟଙ୍କା ପଞ୍ଚାୟତ ବାସୀ ଙ୍କର ଦାବି ମୁତାବକ ତାଙ୍କର ଦ୍ୱାର ପ୍ରଦାନ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଖର୍ଚ୍ଚ ହେବ । ସମସ୍ତ ପ୍ରକାର ସରକାରୀ ଫର୍ମାଲିଟି ଶେଷ ହେବା ପରେ ଏବେ ଏହି ପ୍ରକଳ୍ପ ଗୁଡିକର କାର୍ୟ୍ଯ ଆରମ୍ଭ ହେବାକୁ ଯାଉଛି ।
ଏହି କ୍ରମରେ ଆଜି ବିଧାୟିକା ବର୍ଷା ସିଂ ବରିହା ଙ୍କର ଦ୍ୱାରା ପାଇକମାଲ ବ୍ଲକ ପାଇକମାଲ ପଞ୍ଚାୟତ ର ଆମ୍ବପଡା , କେଛୋଦାଦର ପଞ୍ଚାୟତ ର ମହାରାଣୀ ମେରିପୁର , ହୀରାପୁର , କେଛୋଦାଦର , ଛେଳିଆମାଲ ଆଦି ଗ୍ରାମରେ ଏହି ଏକ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ର ଭୂମିପୂଜନ କରିବା ସହିତ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଗ୍ରାମବାସୀ ମାନେ ସରକାର ଙ୍କୁ ଦେଇଥିବା ପ୍ରସ୍ତାବ ମୁତାବକ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଗୁଡିକର କାର୍ୟ୍ଯ ଗ୍ରାମବାସୀ ମାନଙ୍କର ଦ୍ୱାରା ଖୁବ ଶୀଘ୍ର ସମାପ୍ତ କରାଯାଇ ତାଙ୍କର କାମରେ ଲାଗିବ , ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ନିଜର ଇଛା ମୁତାବକ ନିଜର ଦ୍ୱାରା ପ୍ରସ୍ତବିତ ନିର୍ମାଣ କାର୍ଯ ଆରମ୍ଭ ହୋଇଥିବାରୁ ଗ୍ରାମବାସୀ ମାନେ ଅତ୍ୟନ୍ତ ଖୁସି ଅଛନ୍ତି ବୋଲି ବିଧାୟିକା କହିଛନ୍ତି । ଅନ୍ୟପଟେ ପ୍ରତେକ ଗ୍ରାମରେ ବିଧାୟିକା ଙ୍କୁ ଗ୍ରାମ ଆରମ୍ଭରୁ ଭବ୍ୟ ସ୍ୱାଗତ ଜଣାଇ ନିର୍ମାଣ ସ୍ଥଳ ପର୍ଯନ୍ତ ପାଛୋଟି ନେଇଥିଲେ । ଗ୍ରାମର ମାଁ ଭଉଣୀ ମାନେ ଅତି ଆଦରରେ ନିଜର ବିଧାୟିକା କୁଣ୍ଢାଇ ପକାଇବା ସହିତ ଭଉଣୀ ମାନଙ୍କ ମଧ୍ୟରେ ବିଧାୟିକା ଙ୍କର ସହିତ ସେଲ୍ଫି ନେବାର ସତେ ଯେମିତି ପ୍ରତିଯୋଗିତା ହେଉଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post
ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ଦ୍ୱାରା ପିଲାମାନଙ୍କ ପାଇଁ ଆୟୋଜିତ ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ I
Next Post