ନୟାଗଡ଼ ଜିଲ୍ଲା ଅମଲା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ,ଦାବି ପୁରଣ ନହେଲେ ୧ରୁ ସମୁହ ଛୁଟି

0

ନୟାଗଡ଼, (ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷରୁ କୃଷି ବିଭାଗ ସଭାଗୃହ ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାର ସେମାନଙ୍କ ଦାବି ପୁରଣ ନକଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ରହିବେ ବୋଲି ପ୍ରକାଶ କରିଛନ୍ତି । ନୟାଗଡ଼ ଜିଲ୍ଲା ଅମଲା ସଂଘର ଆବାହକ ଶ୍ରୀଧର କୁମାର ସାହୁ, ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଓଝା, ଉପସଭାପତି ରଶ୍ମିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟତଃ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଭିତିରେ ଜିଲ୍ଲା ସ୍ତରୀୟ କନିଷ୍ଠ ଅମଲା ମାନଙ୍କର ମୂଳ ଦରମା ୯,୩୦୦ ଟଙ୍କା ସହିତ ଗ୍ରେଡ୍ ଯେ ୪,୨୦୦ ଟଙ୍କା ବୃଦ୍ଧି କରିବା ପାଇଁ ଦାବି ରଖୁଛନ୍ତି । ସଂଘ ପକ୍ଷରୁ ଗତ ଏପ୍ରିଲ ୨୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । କୌଣସି ଦାବି ପୁରଣ ନହେବାରୁ ସଂଘ ପକ୍ଷରୁ ଗତ ୨୨ ତାରିଖ ଠାରୁ କଳା ବ୍ୟାଚ ପରିଧାନ କରି ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଛନ୍ତି । ସେମାନଙ୍କ ଦାବି ପୁରଣ ନହେଲେ ଆସନ୍ତା ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ
ପର୍ଯ୍ୟନ୍ତ ସମୁହ ଛୁଟିରେ ଯିବେ ବୋଲି ନିଷ୍ପତି ନେଇଛନ୍ତି । ସମୁହ ଛୁଟି ସମୟରେ କୌଣସି ପ୍ରଲୋଭନରୁ ନିବୃତ ରହିବା, ସରକାରୀ କାର୍ଯ୍ୟରେ ପୂର୍ଣ୍ଣମାତ୍ରାରେ ଅସହଯୋଗ କରିବା, ଉଚ୍ଚ ପଦାଧିକାରୀଙ୍କ ଚାପର ଶିକାର ହେଲେ ଜିଲ୍ଲା ମିଳିତ ଅମଲା ମଞ୍ଚର ଦୃଷ୍ଟିକୁ ଆଣିବା ଓ କାହାକୁ ସହାନୁଭୁତି ଦେଖାଇ ସରକାରୀ କାର୍ଯ୍ୟରେ ସାହାଯ୍ୟ କରିବା ନାହିଁ ବୋଲି ଦର୍ଶାଇଛନ୍ତି । ନିଜ ନିଜ ଅଧିକାରୀଙ୍କ ବିନା ଆଦେଶରେ କୌଣସି ପରିସ୍ଥିତିରେ ନିଜ ଶାଖାର ଦାୟିତ୍ୱ କାହାକୁ ହସ୍ତାନ୍ତର କରିବେ ନାହିଁ । ଯଦି ଦାୟିତ୍ଵ ହସ୍ତାନ୍ତର କରିବେ ତେବେ ଲିଖିତ ପ୍ରମାଣ ରଖିବେ । ସମୁହ ଛୁଟିରେ ରହିବା ପୂର୍ବରୁ ନିଜ ନିଜ ଅଧିକାରୀ ମାନଙ୍କୁ ସମୁହ ଛୁଟିର ଉଦ୍ଦେଶ୍ୟ ସମ୍ବନ୍ଧରେ ଅବଗତ କରାଇବା ସହ ଆମ ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଆମକୁ ସହଯୋଗ କରିବେ । କୌଣସି ପରିସ୍ଥିତରେ ଗଳା ବାଟରେ ସରକାରୀ କାର୍ଯ୍ୟରେ ସହଯୋଗ କଲେ ୫୦୦୦ ଟଙ୍କା ଜୋରିମନା ପାଇଁ ନିର୍ଦ୍ଦେଶନାମା ଜାରି କରିଛି ସଂଘ । ଏହି ଆନ୍ଦୋଳନର ନିର୍ଯାସ ନ ବାହାରିବା ପର୍ଯ୍ୟନ୍ତ ଜିଲ୍ଲା ସ୍ତରରେ ଆୟୋଜିତ ହେଉଥିବା ପ୍ରତିବାଦ ସଭାରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବା ସହିତ ଯଦି କୌଣସି କାରଣ ବଶତଃ କିଏ ସମୁହ ଛୁଟି ସମୟରେ ସ୍ବାସ୍ଥ୍ୟ ଗତ କିମ୍ବା ବ୍ୟକ୍ତିଗତ କାରଣରୁ ଛୁଟିରେ ରହିବାକୁ ଚାହୁଁଛନ୍ତି ତେବେ ସେ ଜିଲ୍ଲାର ଏହି ଆନ୍ଦୋଳନରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରୁଥିବା ସମ୍ବନ୍ଧରେ ଲିଖତ ଭାବେ ମିଳିତ ଅମଲା ମଞ୍ଚକୁ ଜଣାଇବେ । ଏଥ୍ ନିମନ୍ତେ ଆଜି ଅମଲା ସଂଘ ପକ୍ଷରୁ ଶପଥ ପାଠ କରାଯାଇଛି ।

Leave A Reply

Your email address will not be published.