ବରୁଣେଇ ହାଇସ୍କୁଲର ୧୯୮୭ ବ୍ୟାଚର ବନ୍ଧୁ ମିଳନ

0 2

ଭୁବନେଶ୍ୱର: ବରୁଣେଇ ହାଇସ୍କୁଲର ୧୯୮୭ ବ୍ୟାଚର କାକଟପୁରର ପାଟାପୁର ମୋତିମଣ୍ଡପଠାରେ ଏକାଠି ହୋଇ ଆଲୁମନିମାନଙ୍କର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ପୁନଃ ମିଳନରେ ୧୯୮୭ ବ୍ୟାଚର ଛାତ୍ରଛାତ୍ରୀମାନେ କେବଳ ପୁରୁଣା ସ୍ମୃତିକୁ ବଖାଣି ନ ଥିଲେ ବରଂ ସେମାନଙ୍କ କ୍ୟାରିଅର୍ ଗଠନରେ ସାହାଯ୍ୟ କରିଥିବା ଅନୁଷ୍ଠାନ ଏବଂ ପରାମର୍ଶଦାତାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ । ପ୍ରାୟ ବ୍ୟାଚର ୬୦ଜଣ ସାଥୀ ଏକତ୍ରିତ ହେବା ସହ ଶିକ୍ଷକମାନଙ୍କ ସହିତ ସେମାନଙ୍କର ଅଭୁଲା ସ୍ମୃତିକୁ ମଧ୍ୟ ମନେ ପକାଇଥିଲେ ।
ଶ୍ରୀ ଭରାମ୍ବର ଓଝା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ସୁବାଲ ମାଲା, ଭୋଲି ରାଉତ, ଅଶୋକ ପାତ୍ର, ଅଶୋକ ପଣ୍ଡା, ସାରଦା ମୁଦୁଲି, ବିଚ୍ଛିନ୍ନା ନନ୍ଦ ମିଶ୍ର, କୁମୁଦିନି କାନୁନଗୋ, ଯୋଗେନ୍ଦ୍ର ପରିଡା ଏହି ସଭାରେ ଯୋଗ ଦେଇଥିଲେ ।ନିଷ୍ଠାପରତା ଏବଂ ଦୃଢତା ସହିତ ବିଦ୍ୟାଳୟର ଛାତ୍ରମାନେ ସମାଜରେ ନାମ ଏବଂ ଖ୍ୟାତି ଅର୍ଜନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ସମ୍ମାନଜନକ ପଦବୀରେ ରହିଛନ୍ତି ।
ଜାତୀୟ କମ୍ପାନୀରେ କର୍ପୋରେଟ୍ ଆଫେୟାର୍ସରେ ବରିଷ୍ଠ ପଦବୀରେ ଅବସ୍ଥାପିତ ପ୍ରଫୁଲ୍ଲ କୁମାର ମହାନ୍ତି ଆଲୁମନି ମିଟ୍ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଆଲୁମନି ମିଟରେ ପ୍ରମୋଦ ରାଉତ, ପବିତ୍ର ବାରିକ, ଦିଲ୍ଲୀପ ନାୟକ, ବସନ୍ତ ପାଲା, ଜିତେନ୍ଦ୍ର ବିଶ୍ୱାଳ, ଦେବେନ୍ଦ୍ର ବିଶ୍ୱାଳ, ଅଜୟ ମିଶ୍ର, ଗାୟତ୍ରୀ ପାଟଯୋଶୀ, କାମିନି ସାହୁ, ତିଳୋତମା ରଥ, ସସ୍ମିତା ନାୟକ, ସଞ୍ଜୁ ମହାନ୍ତି, ସରସ୍ୱତୀ ପ୍ରହରାଜ ଆଦି ସଫଳତାର ସହ ଭାଗ ନେଇଥିଲେ ।

Leave A Reply

Your email address will not be published.