ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୫୦ତମ ତିରୋଧାନ ଦିବସ ପାଳିତ

0 2

 https://youtu.be/PpDRwHIcV_U

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ତଥା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ୫୦ତମ ତିରୋଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ , ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ , ଉତ୍କଳ ହିତୈଷିଣୀ ସମାଜ ସଭାପତି ଶ୍ରୀ ଭରତ ଭୂଷଣ ମହାନ୍ତି , ଅବସର ପ୍ରାପ୍ତ ପ୍ରଶାସକ ତଥା ବରିଷ୍ଟ ନାଗରିକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ସହରର ସମସ୍ତ ବୁଦ୍ଧିଜୀବୀ , ବରିଷ୍ଟ ନାଗରିକ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଦ୍ଵାରା ବଜାର ଛକ ସ୍ଥିତ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଏବଂ ମହାରାଜାଙ୍କ ସ୍ମୃତି ସୌଧପୀଠରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରଯାଇଥିଲା।
ପରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଉତ୍କଳ ହିତୈଷିଣୀ ସମାଜ , ପାରଳାଖେମୁଣ୍ଡି ମିଳିତ ଆନୁକୂଲ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରରେ ସମ୍ମାନିତ ଅତିଥି ଭାବରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ ଯୋଗଦେଇ ଥିବା ବେଳେ ଉତ୍କଳ ହିତୈଷିଣୀ ସମାଜ ସଭାପତି ଶ୍ରୀ ଭରତଭୂଷଣ ମହାନ୍ତି ଅଧ୍ୟକ୍ଷତାରେ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ପ୍ରଫେସର ମେଜର ରମାରମଣ ପାଢ଼ୀ ଯୋଗଦେଇଥିଲେ।
ମୁଖ୍ୟବକ୍ତା ଭାବରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଅନ୍ୟ ତମ ବକ୍ତା ଶ୍ରୀ ବିନୋଦ ଚନ୍ଦ୍ର ଜେନା ଯୋଗ ଦେଇ ଭାଷା ଭିତ୍ତିରେ ଓଡିଶା ପ୍ରଦେଶ ଗଠନ କରିବାରେ ମହାରାଜା ଅନ୍ୟତମ , ମହାରାଜା ଅଞ୍ଚଳ ପାଇଁ ଶିକ୍ଷା , ସ୍ବାସ୍ଥ୍ୟ , ଗମନାଗମନ ଓ କୃଷିର ବିକାଶର ଉନ୍ନତି, ନିରପେକ୍ଷ ଭାବେ ରାଜ୍ୟ ଶାସନ ଏବଂ ସମସ୍ତଙ୍କୁ ନେଇ ବିକାଶ କରିବା ତାଙ୍କର ମୂଳମନ୍ତ୍ର ଥିଲା ଓ ନୂତନ ଓଡ଼ିଶାର ନିର୍ମାତା ଓଡ଼ିଆ ଜାତିକୁ ସର୍ବାଗ୍ରେ ପହଞ୍ଚାଇବା ସହ ଲୋକଙ୍କ ମଧ୍ୟରେ ଜନଜାଗରଣ ସୃଷ୍ଟି କରିବାରେ ମହାରାଜାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ଗଣ କହିଥିଲେ।
ଏହି ଅବସରରେ ଉତ୍କଳ ହିତୈଷିଣୀ ସମାଜ ପାରଳାଖେମୁଣ୍ଡି ତରଫରୁ ବ୍ରହ୍ମପୁର ସୁନାମ ଧନ୍ୟ ସାହିତ୍ୟକ ତଥା ନାଟ୍ୟକାର ପ୍ରଫେସର ମେଜର ରମାରମଣ ପାଢ଼ୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା। ସେହିପରି ଆନ୍ଧ୍ରପ୍ରଦେଶ ରାଜ୍ୟରେ ପାରଳାଖେମୁଣ୍ଡିର ମିଟୁ ମହାପାତ୍ର ଦଶମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କବି ବିଚିତ୍ରାନନ୍ଦ ବେବର୍ତ୍ତା, ସଦସ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀ ସଂଯୋଜନା କରିଥିଲେ ଓ ଶ୍ରୀ ଭଗବତ ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତ୍ରିପତି ପ୍ରସାଦ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଦିବସରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମେତ ସହରର ବରିଷ୍ଟ ନାଗରିକ, ବୁଦ୍ଧିଜୀବି ସମସ୍ତ ସାମ୍ବାଦିକ ବନ୍ଧୁଗଣ ଓ ଜନସାଧରଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.