ପଦ୍ମପୁର/ଶିବାଶିଷ ପଟ୍ଟନାୟକ: ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ହିନ୍ଦୁ ମାନ୍ୟତା ଅନୁଯାୟୀ ଦେବାଦୀ ଦେବ ମହାଦେବ ଏବଂ ଶକ୍ତି ସ୍ଵରୂପିଣୀ ମା ଜଗତ ଜନନୀ ପାର୍ବତୀଙ୍କ ପବିତ୍ର ବିବାହ ତିଥି ହିସାବରେ ପାଲନ କରାଯାଇଥାଏ। ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରୁ ଏହି ତିଥିରୁ ପ୍ରକୃତି ଶୀତଳତା କୁ ପରିବର୍ତିତ ହୋଇଥାଏ। ତେଣୁ ଏହି ତିଥିରେ ହିଁ ଶିବ ପାର୍ବତୀ ବିବାହ ଉତ୍ସବ ଆୟୋଜନ ହେବା ସହ ଷଷ୍ଠୀ ରେ ଯୁଗଳ ଦର୍ଶନ ଦିଅନ୍ତି ଦେବଦମ୍ପତ୍ତି | ଯାହାକୁ ଶୀତଳ ଷଷ୍ଠୀ ଭାବେ ମହାସମାରୋହରେ ପାଳନ କରନ୍ତି ଲୋକେ। ସେହି ପରିପେକ୍ଷିରେ ପଦ୍ମପୁର ସାର୍ବଜନୀନ ଶୀତଳ ଷଷ୍ଠୀ କମିଟି, ପଦ୍ମପୁର ତରଫରୁ ମଧ୍ୟ ପଦ୍ମପୁର କଣ୍ଟାବନ୍ଧ ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କ ବିବାହ ଏବଂ ଶୀତଳ ଷଷ୍ଠୀ ଉତ୍ସବ ଆୟୋଯିତ ହୋଇଥିଲା। ରୀତି ନୀତି ଅନୁଯାୟୀ କମିଟି ପକ୍ଷରୁ ପ୍ରଥମେ ଶପ୍ତ ରୁଷି ଏବଂ ନବ ଗ୍ରହ ଦେବତା ଙ୍କ ଆବହନ ରେ ପତରପେଣ୍ଡି ଉତ୍ସବ ସମାପନ ସହ ମାଙ୍କ ଅଳଙ୍କାର ଧାରଣ ଉତ୍ସବ ପାଳନ କରାଯାଇଥିଲା। ସେହିପରି ମାନବୀୟ ପରମ୍ପରା ଓ ବୈଦିକ ରୀତିରେ ଉଭୟ ଶିବଶକ୍ତିଙ୍କ ହରିଦ୍ର ଲେପନ ଏବଂ ପରେ ଭବ୍ୟ ଶୋଭାଯାତ୍ରାରେ ପଞ୍ଚ ବାଦ୍ୟ, ଦୁଲଦୁଲି, ସଙ୍କୀର୍ତ୍ତନ, ଘଣ୍ଟ ଶଙ୍ଖ ଡମ୍ବରୁ ସହ ବୈଦିକ ମନ୍ତ୍ର ରେ ସାରା ନଗର ପ୍ରକମ୍ପିତ ହୋଇ ଉଠିଥିଲା । ଭବ୍ୟ ପଟୁଆର ରେ ଦେବାଦୀ ଦେବ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କ ବରଯାତ୍ରା ଭକ୍ତଙ୍କ ଭିଡରେ ମାତା ଜଗତ୍ଜନନୀ ପାର୍ବତୀ ଙ୍କ ପିତାମାତା ଘରେ ପହଁଞ୍ଚିବା ସହ ମହାସମାରୋହରେ ଦେବ ଦମ୍ପତ୍ତି ଙ୍କର ବିବାହ ଉତ୍ସବ ସମ୍ପର୍ଣ୍ଣ ହୋଇଥିଲା। ଏହି ଅବସରରେ ଏହି ପବିତ୍ର ବିବାହ ଉତ୍ସବ ର ସାକ୍ଷ୍ୟ ରହିବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କର ଭିଡ଼ ଜମିଥିଲା। କନ୍ୟା ମାତା ପିତା ଭାବରେ ଶ୍ରୀ ଅରୁଣ ଦାନୀ ଓ ରୂପାରାଣୀ ଦାନୀ କନ୍ୟାଦାନ କରିଥିବା ବେଳେ ବର ପିତାମାତା ଭାବରେ ଶ୍ରୀ ପ୍ରଶାନ୍ତ ସାହୁ ଓ ରାଜଶ୍ରୀ ସାହୁ ଦାୟିତ୍ଵ ତୁଲାଇଥିଲେ। ପଣ୍ଡିତ ଅତ୍ରାହି ଭଞ୍ଜନ ପାଣିଗ୍ରାହୀଙ୍କ ତଥା ପ୍ରଦୀପ ରଥ ଙ୍କ ପୌରହିତ୍ୟରେ ବିବାହ କାର୍ଯ୍ୟ ସଂପାଦନ ହୋଇଥିବା ବେଳେ ଜ୍ଞବଦ୍ଭୟସକ୍ସ ପୂଜକ ଟଙ୍କଧର ମହାପାତ୍ର ଓ ସତ୍ୟପ୍ରକାଶ ପାଣିଗ୍ରାହୀ ପୂଜା କାର୍ଯ୍ୟ ସମ୍ପାଦନା ରେ ସହଯୋଗ କରିଥିଲେ। ତେବେ ଆଜି ଉଭୟ ଶିବ ଶକ୍ତି ଙ୍କ ଯୁଗଳ ମୂରତି ଷଷ୍ଠୀ ଉତ୍ସବ ର ଭବ୍ୟ ଶୋଭାଯାତ୍ରା ରେ କନ୍ୟା ମାତା ପିତା ଙ୍କ ଘରୁ ବାହାରି ନଗର ପରିକ୍ରମା କରିବା ସହ ପୁନଃ ମନ୍ଦିର ରେ ପ୍ରବେଶ ନୀତି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସୁରଖୁରରେ ଏବଂ ବୈଦିକ ପରମ୍ପରା ଗତ ନୀତି ରେ ଉତ୍ସବ ସମ୍ପର୍ଣ୍ଣ ରେ ସହଯୋଗ ତଥା ସମ୍ମିଳିତ ହେବା ପାଇଁ ସମଗ୍ର ପଦ୍ମପୁର ବାସୀ ଏବଂ ଭକ୍ତଙ୍କୁ କମିଟି ପକ୍ଷ୍ୟରୁ ଧନ୍ୟବାଦ ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post