ସ୍ୱତନ୍ତ୍ର ଭାଷା ଭିତିକ ଓଡିଶା ପ୍ରଦେଶ ଗଠନରେ ପାରଳା ମହାରାଜାଙ୍କ ଅବଦାନ ଅବିସ୍ମରଣୀୟ

0 2

ଶ୍ରାଦ୍ଧ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ତା ୨୫.୦୫.୨୦୨୩- ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ,ଉତ୍କଳ ସମ୍ମିଳନୀ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି ଭାଷା ଭିତିକ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ନିମିତ୍ତ ଅତୁଳନୀୟ ତ୍ୟାଗ ଓ ସହଯୋଗ କରିଥିବା ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୪୯ତମ ଶ୍ରାଦ୍ଧୋତ୍ସଵ ପାଳିତ ହୋଇଛି । ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ଏଜିଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭାବପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି ।

ଏହି ଉତ୍ସବରେ ବିଧାୟକ ପ୍ରଫୁଲ୍ଲ ସାମଲ,ଉତ୍କଳ ସମ୍ମିଳନୀ ପକ୍ଷରୁ ଡ଼ଃ ରାଧାନାଥ ପ୍ରହରାଜ,ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରାୟ, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ ସାହୁ,ଅଧ୍ୟାପକ ଡ଼ଃ ରଙ୍ଗାଧର ସାହୁ,ବିଜୟ କୁମାର ପରିଡା, କବି ସୁଦର୍ଶନ ପ୍ରଧାନ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ନେତୃତ୍ୱରେ ରାଜ୍ୟରେ ଶିକ୍ଷା,ସ୍ୱାସ୍ଥ୍ୟ,ଜଳସେଚନ ସହ ବିକାଶ ପ୍ର୍ରକ୍ରିୟା ଆରମ୍ଭ ହୋଇଥିଲା ବୋଲି ମହାରାଜାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ।ଶିକ୍ଷାବିତ କାମଦେବ ମହାପାତ୍ର କବିତା ପାଠ କରିଥିଲେ।

Leave A Reply

Your email address will not be published.