ବଡ଼ବିଲରେ ଲଘୁ ଖଣିଜ ଚୋରା ଚାଲାଣ ଅଭିଯୋଗ : ଜେସିବି ଓ ଟ୍ରାକ୍ଟର ଜବତ

0

ବଡ଼ବିଲ  : କେନ୍ଦୁଝର ଜିଲ୍ଲା ବଡ଼ବିଲ ରେ ମୋରମ ଚୋରା ଚାଲାଣ ଅଭିଯୋଗ ପରେ ଘଟଣା ସ୍ଥଳରୁ ଏକ ଜେସିବି ମେସିନ ଓ ୩ ଟି ଟ୍ରାକ୍ଟର ଜବତ ହୋଇଛି। ଘଟଣାରୁ ପ୍ରକାଶ ଯେ ସେରେଣ୍ଡା ସ୍ଥିତ ଓଏମସି କଲୋନୀ ପଛପଟେ ବେଆଇନ ଭାବେ ମୋରମ ଉତ୍ତୋଳନ ଏବଂ ପରିବହନ ହେଉଥିବାର ଦେଖି ସ୍ଥାନୀୟ ଜଣେ ବ୍ୟକ୍ତି ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କୁ ଜଣାଇଥିଲେ। ଖବର ପାଇ ତହସିଲଦାର ଓ ଅତିରିକ୍ତ ତହସିଲଦାର ମନୋରଞ୍ଜନ ଦେଓ ଘଟଣା ସ୍ଥଳକୁ ଯାଇ ଉକ୍ତ ଜେସିବି ଓ ୩ଟି ଟ୍ରାକ୍ଟରକୁ ଜବତ କରିଥିଲେ।

Leave A Reply

Your email address will not be published.