“ବୀରେନ ମିତ୍ର ଥିଲେ ଗରିବ ଲୋକଙ୍କ ଆଶା ଭରସାର ପ୍ରତୀକ”

0 2

ଭୁବନେଶ୍ୱର- କଟକ ସହରର ଗରିବ ଲୋକଙ୍କ ଆଶା ଭରଷାର ପ୍ରତୀକ ତଥା ସେମାନଙ୍କ ଆପଦ ବିପଦରେ ସେମାନଙ୍କ ସମସ୍ୟା ସମାଧାନ କରି ସେମାନଙ୍କୁ ଆର୍ଥିକ ସହାୟତା ଦେଇ ପରିଣତ ବୟସରେ ଦାରିଦ୍ର୍ୟର କଷାଘାତରେ ଜର୍ଜ୍ଜରିତ ହୋଇଥିବା ସେହି ଜନପ୍ରିୟ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କ ୪୫ତମ ଶ୍ରାଦ୍ଧୋତ୍ସଵ ପାଳିତ ହୋଇଛି । ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲଷ୍ମୀଧର ବେହେରାଙ୍କ ସଂଯୋଜନାରେ ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଆଜି ପ୍ରତ୍ୟୁଷରେ ଅନୁଷ୍ଠିତ ହୋଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି ।

ଏହି ଉତ୍ସବରେ ଯୋଗଦେଇ ବିଧାୟକ ପ୍ରଫୁଲ୍ଲ ସାମଲ,ପୂର୍ବତନ ବିଧାୟକ ତଥା ବୀରେନ ମିତ୍ର ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର,ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରାୟ,ଉଇ ଫର ଭୁବନେଶ୍ୱର ସଂଯୋଜକ ନରେନ ସାହୁ,ବିଜୟ ପରିଡା,ଅଧ୍ୟାପକ ଡ଼ଃ ରଙ୍ଗାଧର ସାହୁ,ଗିରିଜା ଶଙ୍କର ମହାପାତ୍ର,ସରୋଜିନୀ ମିଶ୍ର,ସଂଯୁକ୍ତା ମିଶ୍ର,ସୁଧାଂଶୁ ଶେଖର ତ୍ରିପାଠୀ ପ୍ରମୁଖ ନିଜ ବକ୍ତବ୍ୟରେ ବୀରେନ ମିତ୍ରଙ୍କ ଗୁଣାବଳୀ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ଥାନୀୟ କର୍ପୋରେଟର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆଇନଜିବୀ ଓ ସାମାଜିକ ସଙ୍ଗଠକ ସୁଧାଂଶୁ ଶେଖର ତ୍ରିପାଠୀଙ୍କୁ ବୀରେନ ମିତ୍ର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା

Leave A Reply

Your email address will not be published.