ଦକ୍ଷତା ତାଲିମ କେନ୍ଦ୍ର ରେ ଶିକ୍ଷାର୍ଥୀ ଙ୍କୁ ପୁସ୍ତକ ବଣ୍ଟନ

0 2

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ସ୍ଥିତ ସିଭିଲ ଟାଉନସିପ ଠାରେ ଥିବା ଦକ୍ଷତା ତାଲିମ କେନ୍ଦ୍ର ରେ ଥିବା ଶିକ୍ଷାର୍ଥୀ ମାନଙ୍କୁ ପରୀକ୍ଷା ଉପଯୋଗୀ ପୁସ୍ତକ ବଣ୍ଟନ କରାଯାଇଅଛି I ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ନିୟତି ଫାଉଣ୍ଡେସନ୍ ଦ୍ଵାରା ପରିଚାଳିତ ଏହି ସୁଦକ୍ଷ କେନ୍ଦ୍ର ରେ ଉପଖଣ୍ଡ ଅଞ୍ଚଳ ର ଅନେକ ଆଦିବାସୀ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ରୋଜଗାରକ୍ଷମ କରିବା ସହିତ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏହି ଦକ୍ଷତା ବିକାଶ ତାଲିମ ଦିଆଯାଉଅଛି I
ଅୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଯୋଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କୁ ପୁସ୍ତକ ବଣ୍ଟନ କରିବା ସହିତ ବର୍ତ୍ତମାନର ପ୍ରତିଯୋଗୀତା ମୂଳକ ସମାଜରେ ନିଯୁକ୍ତି ପାଇଁ ନିଜକୁ ସର୍ବଦା ପ୍ରସ୍ତୁତ ରହିବାକୁ ଶିକ୍ଷାର୍ଥୀ ମାନଙ୍କର ମାର୍ଗ ଦର୍ଶନ କରିଥିଲେ I ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଶ୍ରୀ ଜ୍ୟୋତି ପ୍ରକାଶ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହିତ ଜୀବନରେ ସ୍ଵପ୍ନ ଦେଖି ଆଗକୁ ବଢିବା ସହ ନିଜ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚିବା ନିମନ୍ତେ ଶିକ୍ଷାର୍ଥୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ I କାର୍ଯ୍ୟକ୍ରମ ରେ ନିୟତି ଫାଉଣ୍ଡେସନର ଅଧ୍ୟକ୍ଷ ନିର୍ମଳ କୁମାର ପଣ୍ଡା, ଇତିଶ୍ରୀ ପଣ୍ଡା, ଲିପସା ଆକାଂକ୍ଷା, ସୌଭାଗ୍ୟ ମହାନ୍ତି, ଜିତୁ ପ୍ରକାଶ ମଲ୍ଲିକ, ମୋନାଲିସା ବେହେରା, ତିଳୋତ୍ତମା ମହାନ୍ତି, ଦିବ୍ୟା ଷଡଙ୍ଗୀ, ସୁବ୍ରତ ପାଲ ପ୍ରମୁଖ ଉପସ୍ଥିତ ରହିଥିଲେ I

Leave A Reply

Your email address will not be published.