କାଶୀପୁର/ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ – ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗ୍ରାମରେ ଠାକୁରାଣୀଙ୍କ ବୈଶାଖ ଘଟ ଯାତ୍ରା ପାଳନ କରାଯାଉଛି। କରୋନା କଟକଣାରୁ ଗତ ଦୁଇ ବର୍ଷ ଧରି ଘଟ ଯାତ୍ରା ବନ୍ଦ ରହିଥିଲା ବେଳେ କଟକଣା ଉଠିବା ପରେ ଏବେ ବିଭିନ୍ନ ଗ୍ରାମରେ ପାରମ୍ପରିକ ଠାକୁରାଣୀ ଘଟଯାତ୍ରା ପାଳନ କରାଯାଉଥିବା ଦେଖିବାକୁ ମିଳିଛି ।ଗ୍ରାମରେ ମହାମାରୀ ଭଳି ସଂକ୍ରାମକ ରୋଗ ପ୍ରଵେଶ ନକରିବା ଏବଂ ପରିବାରରେ ସୁଖ ଶାନ୍ତି ପାଇଁ ପ୍ରତିବର୍ଷ ଘଟ ଯାତ୍ରା ପାଳନ କରିବାର ବିଧି ରହିଛି ।କାଶୀପୁର ବ୍ଲକ ସଦର ସ୍ଥିତ ପୋଡାପାଡ଼ି ଗ୍ରାମରେ ଆଜି ଠାରୁ ନଅ ଦିନିଆ ଘଟଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ବାଜା ବାଜୁଣାରେ ଘଣ୍ଟ ଯାତ୍ରା ପାଳନ କରାଯାଉଛି । ଏହି ଘଣ୍ଟ ଯାତ୍ରା ନଅ ଦିନ ଧରି ପାଳନ କରାଯିବ ଏବଂ ଵିଧି ବିଧାନ ହିସାବରେ ଯାମି କଣ୍ଟା ଦଳି ରେ ବସିକି ପ୍ରତିଦିନ ଗାଁ ପରିକ୍ରମା କରିଥାନ୍ତି |
Sign in
Sign in
Recover your password.
A password will be e-mailed to you.
Prev Post