ଓଡ଼ଗାଁ, ୪ା୫(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଜାମୁପାଟଣା ନିକଟସ୍ଥ ଶୁଳିଆ ପାହାଡ଼ ପାଦଦେଶରେ ଆବିର୍ଭୁତ ପଶ୍ଚିମାଭିମୁଖି ପ୍ରଭୁ ଶ୍ରୀଶ୍ରୀ ଦୁତିକେଶ୍ୱର ମହାଦେବଙ୍କ ପୀଠରେ ବୈଦିକ ରୀତିମତେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ପାଳିତ ହୋଇଯାଇଛି । ବୁଧବାର ପବିତ୍ର ଜ୍ୟେଷ୍ଠ ଶୁକ୍ଳ ପଂଚମୀ ତିଥିରେ ଦେବଦମ୍ପନ୍ତିଙ୍କ ବିବାହ ପାଇଁ ତହସିଲଦାର ଅନିଲ ଆଚାର୍ଯ୍ୟ କନ୍ୟା ପିତା ଏବଂ ରାଜ୍ୟ ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ହେମନ୍ତ କୁମାର ପାଢ଼ୀ ବର ପିତା ଭାବ ଆଜିର କର୍ତ୍ତବ୍ୟ ଗ୍ରହଣ କରିଥିଲେ। ମନ୍ଦିର ପୁରୋହିତ ରବିନାରାୟଣ କରଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ ବିବାହ ନୀତି ସମ୍ପନ୍ନ ହୋଇଥିବା ବେଳେ ପ୍ରଥମ ବରଣ, ଦିତୀୟ ବରଣ, ଅଧିବାସ, ଲବଣି ଚଉରୀ, କନିଷ୍ଟବେଦି, ଶଢାର୍ଘ୍ୟ, ହସ୍ତଗଣ୍ଠି ଆଦି କର୍ମ ସମ୍ପାଦିତ ହୋଇଥିଲା । ପରେ ଦେବ ଦମ୍ପନ୍ତିଙ୍କୁ ମନ୍ଦିର ପରିକ୍ରମା କରାଇ ମନ୍ଦିର ପ୍ରବେଶ କରିଥିଲେ । ମନ୍ଦିର ପରିଚାଳନା ସଦସ୍ୟ ଓ ପାଳିଆସେବାସୀ ପ୍ରଭୁଙ୍କର ସମସ୍ତ ନୀତି କାର୍ଯ୍ୟ ସମ୍ପୂର୍ଣ୍ଣରେ ସହେଯାଗ କରିଥିଲେ । ଦିନେ ମନ୍ଦିର ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ରହିଥିବାରୁ ରାତ୍ରୀ ସମୟରେ ହିଂସ୍ର ବଣ୍ୟଜନ୍ତୁ ମାନଙ୍କ ଗତାଗତ କାରଣରୁ ଦିନରେ ସମସ୍ତ ପୂଜାବିଧି ସାରି ସେବାସୀ ଓ କର୍ମକର୍ତା ଚାଲିଯାଉଥିଲେ । ସେହି ପରମ୍ପରା ଅନୁଯାୟୀ ଏହା ପ୍ରଭୁଙ୍କ ଇଚ୍ଛା ବୋଲି ଭାବିନେଇ ଆଜି ପର୍ଯ୍ୟନ୍ତ ଦିନବେଳା ଏହି ଉତ୍ସବ ପାଳିତ ହୋଇଆସୁଛି । ସେହିପରି ସ୍ଥାନୀୟ ଅଞ୍ଚଳର ସମସ୍ତ ଶୈବପୀଠମାନଙ୍କରେ ମଧ୍ୟ ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି ।
Sign in
Sign in
Recover your password.
A password will be e-mailed to you.