ଭୁବନେଶ୍ୱର୨୦ା୫: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ (କିମ୍ସ)ରେ ଆଡ୍ଭାନ୍ସଡ୍ ଟ୍ରମା କେୟାର ଉପରେ ଦୁଇ ଦିନିଆ କର୍ମଶାଳା ଓ ନିରନ୍ତର ଡାକ୍ତରୀ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦକ୍ଷତା ବୃଦ୍ଧି ଓ ପରିଣାମରେ ସୁଧାର ବିଷୟବସ୍ତୁ ଉପରେ ପର୍ଯ୍ୟବସିତ ଏହି କର୍ମଶାଳାକୁ କିମ୍ସ ମେଡିକାଲ୍ କଲେଜର ଅଧ୍ୟକ୍ଷ ପ୍ରଫେସର ଡା. ଅମ୍ବିକା ପ୍ରସାଦ ମହାନ୍ତି ଓ କିମ୍ସ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍ ହସ୍ପିଟାଲ୍ର ଅଧୀକ୍ଷକ ଡା. ରମେଶ ଚନ୍ଦ୍ର ଦାସ ଉଦ୍ଘାଟନ କରିଥିଲେ । ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦୦ରୁ ଊର୍ଦ୍ଧ୍ୱର୍ ପ୍ରତିନିଧି ଯୋଗଦେଇଥିଲେ । ଏହି କର୍ମଶାଳାରେ ନୂଆଦିଲ୍ଲୀସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲ୍ର ଏମର୍ଜେନ୍ସୀ ସରଭିସେସ୍ର ମୁଖ୍ୟ ତଥା ନିର୍ଦ୍ଦେଶକ ପ୍ରଫେସର ଡା. ଅଜୟ ବାହଲ୍ ଯୋଗଦେଇ ଟ୍ରମାର ପ୍ରାରମ୍ଭିକ ଆକଳନ ଓ ପରିଚାଳନା ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମର ନିର୍ଦ୍ଦେଶକ ତଥା କିମ୍ସ କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡା. ସୁଜିତ୍ କୁମାର ପ୍ରଧାନ, ଡା.ଦେବୀ ପ୍ରସାଦ ଦାଶ, ଡା. ସୁନିଲ୍ ଜେନା, ଡା. ପ୍ରଶାନ୍ତ ରଞ୍ଜନ ବେହେରା, ଡା. ରାଜେଶ ପଣ୍ଡା ପ୍ରମୁଖ ଆଡଭାନ୍ସଡ୍ ଟ୍ରମା କେୟାର ଉପରେ ବକ୍ତବ୍ୟ ରଖିଥିଲେ । ଆଡଭାନ୍ସଡ୍ ଟ୍ରମା କେୟାର ଉପରେ ସିଏମଇ ପାଠ୍ୟକ୍ରମକୁ ଡା. ସଂଶୟ ମହାପାତ୍ର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ପ୍ରତିନିଧିମାନଙ୍କୁ ବାସ୍ତବିକ ସମୟ ଭଳି ସ୍ଥିତିରେ ବ୍ୟାପକ ଅଭିଜ୍ଞତା ଯୋଗାଇଦେବାକୁ ଦୃଷ୍ଟିରେ ରଖି ଏହି ବକ୍ତୃତାମାଳା ଓ କର୍ମଶାଳାର ପ୍ରସ୍ତୁତ କରାଯାଇଥିଲା ବୋଲି ଡା. ମହାପାତ୍ର କହିଥିଲେ । ଏଥିରେ ନିଶ୍ଚେତକ, ଏମର୍ଜେନ୍ସି ମେଡିସିନ୍, ଅସ୍ତ୍ରୋପଚାର, ଶଲ୍ୟ ବିଭାଗ ବିଶେଷଜ୍ଞଙ୍କ ସମେତ ଆଞ୍ଚଳିକ ସ୍ୱାସ୍ଥ୍ୟ ଅଧିକାରୀ ଓ ବିଭିନ୍ନ ମେଡିକାଲ୍ କଲେଜର ଟ୍ୟୁଉଟରମାନେ ଯୋଗ ଦେଇଥିଲେ । ଡା. ଅଶୋକ କୁମାର ବଡମାଳିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କିମ୍ସର କାବିଲ୍ ସିମ୍ୟୁଲେସନ୍ ସେଣ୍ଟରରେ କିମ୍ସ କ୍ରିଟିକାଲ୍ କେୟାର ବିଭାଗର ଫ୍ୟାକ୍ଲଟିଙ୍କ ସହଯୋଗରେ ବାସ୍ତବିକ ସମୟ ଭଳି ସ୍ଥିତିର କେସ୍ ପରିଦୃଶ୍ୟ ସୃଷ୍ଟି କରିବା ଏହି କର୍ମଶାଳାର ଲକ୍ଷ୍ୟ ଥିଲା । ଟ୍ରମା କେୟାର କ୍ଷେତ୍ରରେ ଏଭଳି କର୍ମଶାଳା ଓ ସିଏମଇ ଆୟୋଜନ କରିବାରେ ରାଜ୍ୟରେ କିମ୍ସ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।
Sign in
Sign in
Recover your password.
A password will be e-mailed to you.