ମାଟ୍ରିକ ଜିଲ୍ଲା ଟପ୍ପରଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

0 2

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଚଳିତ ମାଟ୍ରିକ ପରୀକ୍ଷାରେ ସମଗ୍ର ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଥିବା କେଶବ ପରିଡ଼ାଙ୍କୁ ତାଙ୍କ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶରଣକୁଳ ନିକଟବର୍ତ୍ତି ଦଧିବାମନ ଜିଉ ଉଚ୍ଚ ବିଦ୍ୟାଳୟ, ଶିଖରପୁରର ଛାତ୍ର କେଶବ ମାଟ୍ରିକରେ ସମୁଦାୟ ୬୦୦ ମାର୍କରୁ ୫୭୮ ମାର୍କ ରଖି ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଏହି ବିଦ୍ୟାଳୟର ଏ-୧ ରଖି କୃତିତ୍ୱର ସହିତ ମାଟ୍ରିକ ପାସ କରିଥିବା ଅନ୍ୟ ତିନିଜଣଙ୍କୁ ମଧ୍ୟ ବିଦ୍ୟାଳୟ ପକ୍ଷରୁ ଫୁଲତୋଡ଼ା ଏବଂ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଏହି ଛାତ୍ରଛାତ୍ରୀମାନେ ହେଲେ ରିଧିପ୍ରସନ୍ନ ପଣ୍ଡା,ମେଘନା ପ୍ରିୟଦର୍ଶିନୀ ଏବଂ ପ୍ରିୟମ୍ବଦା ମହାପାତ୍ର । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାଗବତ ସେଠୀ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିବନ୍ଧୁ ସାହୁ,ବିଭୂତ୍ତି ମିଶ୍ର,ପ୍ରଫୁଲ୍ଲ ପ୍ରଧାନ,ବିଜୟ ନାୟକ,ବୈକୁଣ୍ଠ ପାଳ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଶେଷ ଅତିଥିଭାବେ ଶିକ୍ଷାବିତ୍ ତଥା କବି ଅଶୋକ ମଲ୍ଲ,ପ୍ରଶାନ୍ତ ଦାଶ ଏବଂ ଲକ୍ଷ୍ମୀଧର ସାହୁ ପ୍ରମୁଖ ଯୋଗଦାନ କରି କୃତିତ୍ୱ ହାସଲ କରିଥିବା ପିଲାମାନଙ୍କର ଉତ୍ତରୋତ୍ତର ଉନ୍ନତ୍ତି କାମନା କରିବା ସହିତ ଭବିଷ୍ୟତରେ ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.