ରାଇଘର/ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ଗାଁ ସାଥି ମେଟ ସଂଘର ମୌଳିକ ଏବଂ ପାରିପାର୍ଶ୍ବିକ ସମସ୍ୟା ଗୁଡିକର ସଠିକ ତତ୍ତ୍ୱାବଧାନ ସହ ସମ୍ପୂର୍ଣ୍ଣ ସମାଧାନ ସମ୍ବନ୍ଧ ରେ ଆଜି ରାଇଘର ବିଡିଓଙ୍କ ଜରିଆରେ ୬ ଦଫା ଦାବି ପତ୍ର ପ୍ରଦାନ। ସୂଚନା ପ୍ରକାରେ ଗାଁ ସାଥୀ (ମେଟ) ଙ୍କ କହିବା ଅନୁଯାୟୀ ଆଜକୁ ପ୍ରାୟ ୧୭ ବର୍ଷ ପୂର୍ବରୁ ଅର୍ଥାତ ଆର୍ଥିକ ବର୍ଷ ୨୦୦୫ – ୨୦୦୬ ରେ କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ଏମ ଜି ଏନ ଆର ଇ ଜିଏ ବିଭାଗରେ ପ୍ରତ୍ୟେକ ରାଜ୍ୟସ୍ଥ ଗ୍ରାମରେ ଦୁଇ ଜଣ (ଜଣେ ପୁରୁଷ ଏବଂ ଜଣେ ମହିଳା। ସର୍ବକ ଶିକ୍ଷାଗତ ଆଧାରରେ ଗାଁ ସାଥି ପଦ ପ୍ରାପ୍ତ ହୋଇ ଅଦ୍ୟାବଧି ମନରେଗା କାର୍ଯ୍ୟ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପଂଚାୟତସ୍ତରୀୟ ବ୍ଲକସ୍ତରୀୟ ଏବଂ ଅନ୍ୟାନ୍ୟ ବିଭାଗୀୟ ସରକାରୀ କର୍ମଚାରୀ ବୃନ୍ଦଙ୍କୁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେଇ ଆସୁଛନ୍ତି । ମୁଖ୍ୟତଃ ଗ୍ରାମିଣ ରୋଜଗାର ଏବଂ ଗ୍ରାମିଣ ବିକାଶ ଅଗ୍ରଗତି ନିମନ୍ତେ ପଂଚାୟତ ଏବଂ ବ୍ଲକ ପ୍ରଶାସନ ସହ ଓତପ୍ରତଃ ଭାବରେ ଜଡିତରହି ଗ୍ରାମାଂଚଳର ଭୌଗଳିକ ପ୍ରାକୃତିକ ମାନଚିତ୍ରର ସଠିକ ରୂପରେଖ ପ୍ରଦାନ କରଯାଉ l
୧. ପ୍ରତ୍ୟେକ ଗାଁ ସାଥି (ମେଟ)ଙ୍କ ବ୍ଲକ ସ୍ତରୀୟ ଡାଟା ବେସ ପ୍ରସ୍ତୁତ ସହ ପଂଜିକରଣ କରାଇ ଆବଶ୍ୟକ ତାଲିମ ଏବଂ ପରିଚୟପତ୍ର ପ୍ରଦାନ କରାଯାଉ ।
୨. ଓଡ଼ିଶା ସରକାର ପଂଚାୟତରାଜ ଏବଂ ପାନୀୟ ଜଳ ବିଭାଗର ଚିଠି ନଂ ୯୦୦ ତାରିଖ – ୧୧,୦୧,୨୦୦୯ ର ବିନ୍ଦୁ ନଂ – ୫ ଅନୁଯାୟୀ ଗାଁ ସାଥି (ମେଟ)ଙ୍କୁ ଅନ୍ୟାନ୍ୟ ବିଭାଗୀୟ (ଲାଇନ ତିପାଟ୍ନେଟ)ର ପ୍ରତ୍ୟେକ ଏମ.ଜି .ଏନ.ଆର.ଇ.ଜି.ଏସ୍ କାର୍ଯ୍ୟରେ ନିୟୋଜିତ କରାଯାଉ ।
୩. ଏମ.ଜି .ଏନ.ଆର.ଇ.ଜି.ଏସ୍. କାମରେ ମଧ୍ୟସ୍ଥି ବନ୍ଦ କରାଯାଉ । ଯେଉଁ ଯାଗାରେ ମଧ୍ୟସ୍ଥି ଦ୍ବାରା କାର୍ଯ୍ୟ ଚାଲିଛି ତାହା ତର୍ଜମା କରାଯାଇ ତୁରନ୍ତ ଆବଶ୍ୟକୀୟ ନିର୍ଦେଶ ଦିଆଯାଉ ।
୪. କେନ୍ଦ୍ର ସରକାରଙ୍କ ନିଠି ନଂ ୩୭୪୮୪୯ ତା – ୦୬,୦୩,୨୦୨୧ ଅନୁଯାୟୀ ୨୦ ଗୋଟି ଅଣକୁଶଳୀରେ ଏକ ଗୋଟି ଅର୍କକୁଶଳୀ – ଶ୍ରମ ଦିବସ ଗଣନା କରାଯାଇ ଏସଟିମେଟରେ ସ୍ଥାନ ଦିଆଯାଇ ତଦନୁଯାୟୀ ଗାଁ ସାଥି (ମେଟ) ପ୍ରାପ୍ୟ ପ୍ରଦାନ କରାଯାଉ ।
୫. ଗାଁ ସାଥି (ମେଟ)ମାନଙ୍କ ପ୍ରତି ସ୍ଥାନୀୟ ରାଜନୈତିକ ଚାପକୁ ନିବୃତ କରାଯାଉ ।
୬. ପ୍ରତ୍ୟେକ ବ୍ଲକରେ ଗାଁ ସାଥି ସଂଘ ନିମନ୍ତେ ଏକ ବୈଠକଗୃହ ଯୋଗାଇ ଦିଆଯାଉ ।
Sign in
Sign in
Recover your password.
A password will be e-mailed to you.