କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ -ମହିଳାମାନଙ୍କର ସଶକ୍ତିକରଣ, ସ୍ଥାନୀୟ ଜନସମୁଦାୟଙ୍କ ଉତ୍ଥାନ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବାକୁ ଦୃଢ ପ୍ରତିବଦ୍ଧତା ନେଇ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଓସାପଡାସ୍ଥିତ ଉତ୍କଳ ହସପିଟାଲଠାରେ ଟିକିରିସ୍ଥିତ ଗଙ୍ଗା ମା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚ୍ଜି) ସହଯୋଗରେ ଅତ୍ୟାଧୁନିକ କ୍ୟାଣ୍ଟିନ୍ ଉଦ୍ଘାଟନ କରି ଏକ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ଏହି କ୍ୟାଣ୍ଟିନ ଜରିଆରେ ହସପିଟାଲରେ ଭର୍ତ୍ତି ହେଉଥିବା ଆନ୍ତଃବିଭାଗ ରୋଗୀଙ୍କ ନିମନ୍ତେ ଘରୋଇ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇ ଦିଆଯାଇପାରିବ ।
କ୍ୟାଣ୍ଟିନ୍କୁ ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍, ଉତ୍କଳ ଆଲୁମିନା ଉଦ୍ଘାଟନ କରିଥିବାବେଳେ ଉତ୍ସବରେ ଶ୍ରୀମତୀ ହିନା ବେଗ୍, ପ୍ରେସିଡେଣ୍ଟ, ଉଜ୍ଜ୍ୱଳ ଉତ୍କଳ ଲେଡିଜ କ୍ଲବ୍, ଶ୍ରୀ ବିଜୟ କୁମାର, ୟୁନିଟ ମାନବ ସମ୍ବଳ ହେଡ୍, ଡଃ ଅରିନ୍ଦମ୍ ରୟଚୌଧରୀ, ମୁଖ୍ୟ ଚିକିତ୍ସା ଅଧିକାରୀ, ଶ୍ରୀମତୀ ନିହାରିକା ସାହୁ, ଜିଏମ୍, ସିଏସଆର୍ ପ୍ଲାଣ୍ଟ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ ।
ଦଶଜଣ ଉତ୍ସର୍ଗୀକୃତ ମହିଳା ସଦସ୍ୟଙ୍କୁ ନେଇ ଗଠିତ ଗଙ୍ଗା ମା ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରତ୍ୟହ ପ୍ରାତଃଭୋଜନ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରିଭୋଜନ ଅତ୍ୟନ୍ତ ଆଗ୍ରହର ସହିତ ପ୍ରସ୍ତୁତ କରି ଉତ୍କଳ ହସପିଟାଲର ଆନ୍ତଃବିଭାଗୀୟ ରୋଗୀମାନଙ୍କୁ ଯୋଗାଇବେ । ଏହି ଗୋଷ୍ଠୀ ସଦସ୍ୟାମାନଙ୍କୁ ସେମାନେ ରୋଗୀଙ୍କୁ ଯୋଗାଇ ଦେଉଥିବା ପ୍ରତ୍ୟେକ ଭୋଜନ ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଅନୁରୋଧ କ୍ରମେ ଏହି ସେବା ହସପିଟାଲ କର୍ମଚାରୀଙ୍କ ପାଇଁ ଯୋଗାଇ ଦିଆଯିବ । ଏହି ପ୍ରୟାସ ନିମନ୍ତେ ପ୍ରାଥମିକ ମୂଳଧନ ଉତ୍କଳ ଆଲୁମିନାର ସିଏସ୍ଆର କାର୍ଯ୍ୟକ୍ରମ ଅଧୀନରେ ବଦାନ୍ୟତାର ସହିତ ଯୋଗାଇ ଦିଆଯାଇଛି ।
ଏହି ପ୍ରୟାସ ମୂଳତଃ ରୋଗୀମାନଙ୍କୁ ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇଦେବା ଉପରେ କେନ୍ଦ୍ରୀଭୂତ, ଏବଂ ଏହାଦ୍ୱାରା ସେମାନଙ୍କର ସାମଗ୍ରିକ ସ୍ୱାସ୍ଥ୍ୟଗତ ଦିଗ ପ୍ରତି ଅବଦାନ ରଖାଯାଇପାରିବ । ଏଥିସହିତ ଏହା ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ସୁଯୋଗ ସୃଷ୍ଟି ଦ୍ୱାରା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ରଖିଛି ।
“ଉତ୍କଳ ହସପିଟାଲରେ ଆନ୍ତଃବିଭାଗୀୟ ରୋଗୀ (ଇନ୍ଡୋର)ଙ୍କୁ ଘରୋଇ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇଦେବାକୁ ଗଙ୍ଗା ମା ଏସଏଚ୍ଜି ଗ୍ରୁପ୍ ସହିତ ହାତମିଳାଇ ଆନନ୍ଦ ଅନୁଭବ କରୁଛୁ । ଏହି ପ୍ରୟାସ କେବଳ ରୋଗୀମାନଙ୍କୁ ଗୁଣାତ୍ମକ ଭୋଜନ ଯୋଗାଇଦେବ ନାହିଁ, ତାହାସହିତ ମହିଳା ଏସଏଚ୍ଜି ସଦସ୍ୟାମାନଙ୍କ ଜୀବିକା ଉପାର୍ଜନ ଉପରେ ସକାରାତ୍ମକ ପ୍ରଭାବ ପକାଇବ । ଉତ୍ତମ ସ୍ୱାସ୍ଥ୍ୟ, କଲ୍ୟାଲ ଏବଂ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନକୁ ପ୍ରୋତ୍ସାହିତ କରିବା ସକାଶେ ଆମର ଦୃଢ ପ୍ରତିବଦ୍ଧତା ମୁତାବକ ଏହା କରାଯାଉଛି,” ବୋଲି ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍, ଉତ୍କଳ ଆଲୁମିନା କହିଛନ୍ତି ।
ଶ୍ରୀମତୀ ନିହାରିକା ସାହୁ, ଜିଏମ୍ ସିଏସ୍ଆର ପ୍ଲାଣ୍ଟ୍, ଉତ୍କଳ ଆଲୁମିନା ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏବଂ ମହିଳା ଏସଏଚ୍ଜି ସଦସ୍ୟାମାନଙ୍କୁ ସେମାନଙ୍କର ସଦୟ ଉପସ୍ଥିତି ଏବଂ ଉତ୍ସାହ ନିମନ୍ତେ କୃତଜ୍ଞତା ଜଣାଇଥିଲେ । ଗଙ୍ଗା ମା ଏସଏଚ୍ଜି ଗୋଷ୍ଠୀ କଲ୍ୟାଣ ନିମନ୍ତେ ଉତ୍କଳ ଆଲୁମିନାର ଦୃଢ ପ୍ରତିବଦ୍ଧତା ପାଇଁ ଏହାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ରୂପାନ୍ତରଣକାରୀ ପ୍ରୟାସ ଜରିଆରେ ଉତ୍କଳ ଆଲୁମିନା ଏହି ଅଞ୍ଚଳରେ ଏକ ସକାରାତ୍ମକ ପ୍ରଭାବ ପକାଇବା ଏବଂ ଦୀର୍ଘସ୍ଥାୟୀ ବିକାଶକୁ ଆଗେଇନେବା ନିମନ୍ତେ ନିଜର ଉତ୍ସର୍ଗୀକୃତ ଭାବ ପ୍ରଦର୍ଶନ ନିରନ୍ତର ଜାରି ରଖିଛି ।
Sign in
Sign in
Recover your password.
A password will be e-mailed to you.