ନବରଙ୍ଗପୁର/ ଅଶୋକ ସାହୁ :.ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶମନ ଓ ପରିଚାଳନା(ବନ୍ୟା) କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କ ପ୍ରତିନିଧି ପ୍ରମୋଦ କୁମାର ପାଢୀ, ମାନ୍ୟବର ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନୀ, ମାନ୍ୟବର ବିଧାୟକ ଡାବୁଗାଁ ମନୋହର ରନ୍ଧାରୀ, ମାନ୍ୟବର ବିଧାୟକ ଉମେରକୋଟ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ପ୍ରତିନିଧି ମାନସ ରଞ୍ଜନ ଦାସ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧକ୍ଷା, ନବରଙ୍ଗପୁର ପୌରାଧ୍ୟକ୍ଷ କୁନୁ ନାୟକ, ଉମରକୋଟ ପୌରାଧ୍ୟକ୍ଷା ରାଧା ଭତରା, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଭାସ୍କର ରଇତ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ନିର୍ମଳ କୁମାର ନାୟକ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ , ଜିଲ୍ଲାର ସମସ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଏବଂ ତହସିଲଦାର, ନିର୍ବାହି ଅଧିକାରୀ ଉପସ୍ଥିତ ଥିଲେ। ବିଶେଷ କରି ବର୍ଷା ଦିନ ବନ୍ୟା ସମୟରେ ଏହାର ସଫଳ ମୁକାବିଲା କିପରି ଭାବରେ କରାଯାଇ ପାରିବ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଥିବା ଦୁର୍ବଳ ନଦୀ ବନ୍ଧ ଗୁଡିକ ଶୀଘ୍ର ଚିହ୍ନଟ କରି ତାର ମରାମତି କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ଜିଲ୍ଲାପାଳ ଡ଼ଃ ମିଶ୍ର ନିର୍ଦେଶ ଦେଇଛନ୍ତି । ବିଶେଷ କରି ବନ୍ୟା ପ୍ରବଣ ଅଞ୍ଚଳ ଗୁଡିକରେ ପ୍ରଯ୍ୟାପ୍ତ ପରିମାଣରେ ଚାଉଳ, କିରୋସିନୀ,ଚୁଡା, ଗୂଡ଼, ଗୋଖାଦ୍ୟ, ଔଷଧ ବ୍ୟତୀତ ଶୁଦ୍ଧ ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥା ଉପରେ ଯଥା ସମ୍ଭବ ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ । ବନ୍ୟା ପ୍ରଭାବିତ ଅଞ୍ଚଳ ମାନଙ୍କରେ ସମ୍ଭାବ୍ୟ ମହାମାରୀ କୁ ପ୍ରତିହିତ କରିବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସହିତ ଉପସ୍ଥିତ ଥିବା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସେହି ପରି କୋଷାଗୁମୁଡ଼ା ବ୍ଲକର ଉକିଆପାଲି ପଞ୍ଚାୟତ ର ଘାଟବସୁଲି ଠାରେ ଏକ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ମାନ୍ୟବର ସାଂସଦ ପ୍ରତିନିଧି, ମାନ୍ୟବର ବିଧାୟକ, କୋଷାଗୁମୁଡ଼ା ବ୍ଲକ ଅଧକ୍ଷା ଙ୍କ ସହିତ ସମସ୍ତ ନିର୍ବାଚିତ ପ୍ରତିନିଧି ଦାବି ଉପସ୍ଥାପନ କରିଥିଲେ। ସମ୍ଭାବ୍ଯ ବର୍ଷା ଓ ବନ୍ୟା କୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବହୁମୂଖୀ ଆଶ୍ରୟସ୍ଥଳୀ ଏବଂ ପ୍ରମୁଖ ବିଦ୍ୟାଳୟ ଗୁଡିକୁ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରାଇଥିଲେ l ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧ ବୃଦ୍ଧାଙ୍କୁ ପୂର୍ବରୁ ଚିହ୍ନଟ କରି ଆବଶ୍ୟକ ହେଲେ ସେମାନଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ l ବନ୍ୟା ବାତ୍ୟା ପରେ ପରେ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ସଡକ ପରିଷ୍କାର ଅର୍ଦ୍ଧ ଭଗ୍ନ ବିଦ୍ୟୁତ ଖୁଣ୍ଟ ଗୁଡିକର ମରାମତି, ବିଦ୍ୟୁତ ସରବରାହ ବ୍ୟବସ୍ଥା ବିଛିନ୍ନ ହେଲେ କିପରି ତୁରନ୍ତ ମରାମତି କରି ବିଦ୍ୟୁତ ଯୋଗାଣକୁ ସ୍ଵାଭାବିକ କରିବା ଓ ପୁନଃରୁଦ୍ଧାର ଆଦି ସମସ୍ତ ପ୍ରକାର କାର୍ଯ୍ୟ ଯୁଦ୍ଧକାଳିନ ଭିତ୍ତିରେ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ମୌସୁମୀ ବର୍ଷା ଆଗମନ ପୂର୍ବରୁ ଜିଲ୍ଲାରେ ଥିବା ସମସ୍ତ ନାଳ ନର୍ଦମା ବିଶେଷ କରି ପୌରାଞ୍ଚଳ ମାନଙ୍କରେ ଥିବା ନାଳ ନର୍ଦ୍ଦମା ଗୁଡିକୁ ସଫା ରଖିବା ନିମନ୍ତେ ସମ୍ପୃକ୍ତ ଵିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଡ଼ଃ ମିଶ୍ର ପରାମର୍ଶ ଦେଇଥିଲେ। ବର୍ଷା ଦିନ ପୂର୍ବରୁ ବ୍ଲକ ମାନଙ୍କରେ ଥିବା ବୃଷ୍ଟି ମାପ ସ୍ଥାନ ଏବଂ ଉପକରଣ ଗୁଡ଼ିକର ସଠିକ ଅନୁଧ୍ୟାନ କରିବା ପାଇଁ ଉପଜିଲ୍ଲାପାଳ ଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ସଠିକ ବୃଷ୍ଟିର ପରିମାଣ ଜିଲ୍ଲା ଜରୁରୀକାଳୀନ ଉପବିଭାଗ କୁ ପ୍ରେରଣ କରିବା ପାଇଁ ସମ୍ପୃକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା ସମ୍ବନ୍ଧୀୟ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.