ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଖଣ୍ଡପଡା ବ୍ଳକ ପରିସରରେ ସୋମବାର ସକାଳୁ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଶୁଣିଥିଲେ। ଏଥିରେ ମୋଟ ୧୧୬ଟି ବ୍ୟକ୍ତିଗତ ସମସ୍ୟା ଥିବାବେଳେ ୬ଟି ଗ୍ରାମ୍ୟ ସମସ୍ୟା, ଚାରିଜଣଙ୍କ ରେଡ୍ କ୍ରସ ସମସ୍ୟା, ୨୫ ଜଣ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ପାଇଁ ଆବେଦନ କରିଥିବା ନେଇ ସୂଚନା ରହିଛି। ସମୁଦାୟ ୧୫୧ ଟି ଅଭିଯୋଗରୁ ୭୨ଟି ତୁରନ୍ତ ସମାଧାନ ହୋଇଥିବା ଜିଲ୍ଲା ପ୍ରଶାସନ ଠାରୁ ସୂଚନା ମିଳିଛି। ତେବେ ବିଭିନ୍ନ ପଞ୍ଚାୟତରୁ କିଛି ସାଧାରଣ ଲୋକ ସେମାନଙ୍କ ସମସ୍ୟାକୁ ନେଇ ବାରମ୍ବାର ଜିଲ୍ଲା ପାଳଙ୍କ ଜନଶୁଣାଣୀ ଶିବିରକୁ ଆସୁଥିବାରୁ କ୍ଷୋଭ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା। ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ କାବ୍ୟନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ପହି, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ସୁବାଷ ଚନ୍ଦ୍ର ନାୟକ, ଖଣ୍ଡପଡା ବିଡ଼ିଓ ଅରୁଣିମା ସାହୁ, ତହସିଲଦାର ଲିପ୍ସା ରାୟ, ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା ପ୍ରମୁଖ ଉପସ୍ଥିତ ଥିଲେ। ଏତତ୍ ବ୍ୟତୀତ ବ୍ଲକ ଅଧ୍ଵନ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ବ୍ଲକ ଅଧୂନ ଜଗନ୍ନାଥ ପ୍ରସାଦ ପଞ୍ଚାୟତ କୁହାରା ଗ୍ରାମର ରାଜନ ବରାଡ଼ ଏବଂ ଖଳିସାହି ପଞ୍ଚାୟତ ବାସୁଦେବପୁର ଗ୍ରାମର ବିଭୂତି ମହାପାତ୍ରଙ୍କୁ ଜିଲ୍ଲାପାଳ ହୁଇଲ ଚେୟାର ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ବ୍ଳକ କର୍ମଚାରୀ, ସ୍ଥାନୀୟ ପୁଲିସ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ରହି ଲୋକଙ୍କୁ ସହାୟତା ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post