“ଜୀବନ ସଉଦା” ପୁସ୍ତକ ଉନ୍ମୋଚନ

0

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଜଣେ କର୍ମଯୋଗୀଙ୍କ ଜୀବନଙ୍କୁ ନେଇ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଦ୍ଵାରା ରଚିତ ପୁସ୍ତକ” ଜୀବନ ସଉଦା” ବର୍ଷିୟାନ ସମାଜସେବୀ ଓ ରାଜନେତା ମୂରଲୀଧର ରଥଙ୍କ ଜୀବନ କାହାଣୀ ସମ୍ପର୍କତ ପୁସ୍ତକ “ଜୀବନ ସଉଦା ର ଉନ୍ମୋଚନ ଉତ୍ସବ ସଂଧ୍ୟା ୭ ଘଂଟିକା ସମୟରେ ଜିଲ୍ଲାପାଳନଙ୍କ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି. ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ୍ତ ପ୍ରଜ୍ଜଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଅତିଥି ପରିଚୟ ପ୍ରଦାନ କରିବା ସହିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସ୍ୱାଗତ କରାଯାଇଥିଲା

ମୂରଲୀ ରଥ ଙ୍କ ପୁତ୍ର ହେମନ୍ତ ରଥଙ୍କ ଅଧ୍ୟକ୍ଷତା ରେ ଅଯୋଜିତ ଏହି ସଭାରେ ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି,ପୂର୍ଵତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ,ଡ଼ଃ ଗୋବିନ୍ଦ ଭୂୟାଁ, ପୂର୍ଵତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ନଟବର ବାରିକ,ଆଇନିଜୀବି ବୀର ନାରାୟଣ ପାତ୍ର, ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, ଏହି କାର୍ଯ୍ୟକ୍ରମରେ ଜ୍ଞାନ ରଞ୍ଜନ ମହାନ୍ତି ଙ୍କ ଦ୍ଵାରା ରଚିତ ପୁସ୍ତକ “ଜୀବନ ସଉଦା “କୁ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚନ କରିଥିଲେ l ଏହି ଅବସର ରେ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କର ୩୨ ବେଶ ପ୍ରଦର୍ଶନ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶ କରାଯାଇଥିଲା ପୁସ୍ତକ କମିଟିର କର୍ମକର୍ତ୍ତା କବିତା ପାଠକମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.