ନୟାଗଡ଼(ଲକ୍ଷ୍ମୀଧର ସାହୁ):ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ପରିଚାଳିତ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ନୟାଗଡ଼ ଜିଲ୍ଲାରୁ ୫ଜଣ ମହିଳା ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି । ନୟାଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଯାଜ୍ଞସେନୀ ସାହୁ ଓଇଏସ ପରୀକ୍ଷାରେ ୧୮ତମ ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି। ସେ ସମଗ୍ର ଜିଲ୍ଲାରେ ପ୍ରଥମ ହୋଇଛନ୍ତି। ନୟାଗଡ଼ ଜିଲ୍ଲା
ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହେନ୍ଦ୍ର ସାହୁ ଓ ସୁପ୍ରିୟା ସାହୁଙ୍କ ସୁକନ୍ୟା ଅମ୍ରିତା ସାହୁ । ସେ ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଠିକା ଭାବେ ଶିକ୍ଷକତା କରୁଥିଲେ। ସେ ୧୯ ନମ୍ବର ସ୍ଥାନରେ ଓଇଏସରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମହିଳା ଓ ସମନ୍ବିତ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ କୁରାଳ ସେକ୍ଟର ସୁପରଭାଇଜର ଲିପସା ନନ୍ଦ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ହୋଇଥିବା ଏହି ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ୨୩ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ତାଙ୍କ ବାପଘର ଇଟାମାଟି ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଶାସନ ହୋଇଥିବାବେଳେ ତାଙ୍କ ଶାଶୁଘର ଓଡ଼ଗାଁ ବ୍ଳକ ଅନ୍ତର୍ଗତ ପନ୍ନିଖାରୀ ଶାସନ ଗ୍ରାମରେ।
ନୟାଗଡ଼ ବ୍ଲକ ଅନ୍ତର୍ଗତ ବିରୁଡ଼ା କାଳନ୍ଦୀ ସୁରୁଜ ବିଦ୍ୟାପୀଠର ଶିକ୍ଷୟତ୍ରୀ ମୁନରାଣୀ ମହାନ୍ତି ଏହି ପରୀକ୍ଷାରେ ୫୫ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଧର ମହାନ୍ତି ଓ ନିଶାମଣି ମହାନ୍ତିଙ୍କ ସୁକନ୍ୟା ଅଟନ୍ତି। ବର୍ତ୍ତମାନ ଫୁଲବାଣୀ କଲେଜରେ ଅଧ୍ୟାପିକା ଥିବା ମୋନାଲିସା ରଥ ଏହି କ୍ରମରେ ୭୫ତମ ସ୍ଥାନରେ ଓଇଏସ ପରୀକ୍ଷାରେ ସଫଳତା ପାଇଛନ୍ତି।ପୂର୍ବରୁ ସେ ନୟାଗଡ ବ୍ଲକ ବାଲୁଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସହକାରୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ, ପରେ ୨୦୨୨ ମସିହାରେ ନାରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟ, ଇଟାମାଟିରେ ଚୁକ୍ତିଭିତିକ ଶିକ୍ଷକ ଭାବେ ଯୋଗ ଦେଇଥିଲେ l ଏହା ପରେ ସେ ୨୦୨୩ ରେ ଫୁଲବାଣୀ ସରକାରୀ କଲେଜରେ ଅଧ୍ୟାପିକା ଭାବେ ଯୋଗଦେଇ ଅଦ୍ୟାବଧି କାର୍ଯ୍ୟ କରୁଛନ୍ତି। ଏହି ସମସ୍ତ ୫ଜଣ ମହିଳା ଓଇଏସ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ବେଳେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।
Sign in
Sign in
Recover your password.
A password will be e-mailed to you.