ଆମ ଆଦମୀ ପାର୍ଟି ର ବିଜୁଳି ଆନ୍ଦୋଳନ।

0

ବାସୁଦେବପୁର – ଭଦ୍ରକ ଜିଲ୍ଲାର ବାସୁଦେବପୁର ଏ ବି ହାଇସ୍କୁଲ ଛକ ନିକଟରେ ଆଜି ଆମ ଆଦମୀ ପାର୍ଟି ବାସୁଦେବପୁର ପକ୍ଷ ରୁ ବିଜୁଳି ଆନ୍ଦୋଳନ ହୋଇ ଯାଇଛି। ବାସୁଦେବପୁର ରେ ବାରମ୍ବାର ବିଜୁଳି କାଟ, ବିଜୁଳି ବିଲ୍ ମୂଲ୍ୟ ବୃଦ୍ଧି ଏହି ଭଳି ବିଜୁଳି ସମସ୍ୟା ନେଇ ଆଜି ବାସୁଦେବପୁର ଠାରେ ଏକ ଗଣ ଧାରଣା ଦିଆଯାଇଛି। ବାସୁଦେବପୁର ବ୍ଲକ ସଂଯୋଜକ ଦେବାଶିଷ ପାଣିଗ୍ରାହୀ ଙ୍କ ସହ ଭଦ୍ରକ ଜିଲ୍ଲାର ସାଧାରଣ ସମ୍ପାଦକ ପ୍ରଭାସ ରଂଜନ ପଣ୍ଡା, ଶ୍ରୀ ଗୋପୀନାଥ ପଣ୍ଡା ଙ୍କ ସହ ଅନେକ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ଧାରଣା ଦେଇଥିଲେ। ପରେ ବାସୁଦେବପୁର ବିଡିଓ ଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି।

Leave A Reply

Your email address will not be published.