ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ

0

ବାସୁଦେବପୁର -ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରେ ଆଜି ଏକ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି |ଏଥିରେ ବିଭିନ୍ନ ସମସ୍ୟା କୁ ନେଇ ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ବାର୍ଦ୍ଧକ୍ୟଓ ଅନ୍ୟାନ୍ୟ ଭତ୍ତା ସମସ୍ୟା ,,ରାସନ କାର୍ଡ ଏବଂ ବାସୁଦେବପୁର ରେ ଏକ ଗୋଶଳା ଘର ନିର୍ମାଣ , ସହ ଅନ୍ୟାନ୍ୟ ସମସ୍ୟା କୁ ନେଇ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ଦିଆଯାଇଛି। ବାସୁଦେବପୁର ବ୍ଲକ ରେ ଅନେକ ଥର ଜନ ଶୁଣାଣି ଶିବିର ଆୟୋଜିତ ହେଉଛି ହେଲେ ସମାଧାନ କିଛି ହେଉ ନାହିଁ, ଫଳ କିଛି ମିଳୁ ପାରୁ ନାହିଁ, କାଗଜ କଲମରେ ସବୁ କିଛି ରହି ଯାଉଛି ବୋଲି ଅନେକ ଅଭିଯୋଗ କାରୀ ଓ ସାଧାରଣ ରେ କହିଛନ୍ତି। 
ଆଜିର ଏହି କାର୍ଯ୍ୟକ୍ରମ ରେ ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧେଶ୍ୱର ବଳିରାମ ବନ୍ଦୋର୍,ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବରୁଣ ଗୁଣ୍ଡୁପାଲି ,ଉପଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ପାତ୍ର, ସିଡିଏମଓ, ବାସୁଦେବପୁର ବ୍ଲକ ଉନୟନ ଅଧିକାରୀ ସତ୍ୟଜିତ ରାଉତ ସମେତ ଓ ଅନ୍ୟାନ୍ୟ ପ୍ରଶାସନ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସର ରେ ଭିନ୍ନ କ୍ଷମ୍ ମାନଙ୍କୁ ସାଇକେଲ ବଣ୍ଟନ କରାଯାଇଛି।

Leave A Reply

Your email address will not be published.